ଆଫଗାନିସ୍ତାନ ଫୈଜାବାଦରେ ଭୂକମ୍ପ ଝଟକା

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ସୋମବାର ଅର୍ଥାତ୍‌ ଗତକାଲି ଆଫଗାନିସ୍ତାନର ଫୈଜାବାଦରେ ଭୂକମ୍ପ କମ୍ପନ ଅନୁଭୂତ ହୋଇଛି।  ଯାହାର ତୀବ୍ରତା ରିକ୍ଟର ସ୍କେଲରେ ୪.୭ ରେକର୍ଡ କରାଯାଇଛି। ଭୂକମ୍ପର କେନ୍ଦ୍ରସ୍ଥଳ ଫୈଜାବାଦଠାରୁ ୧୩୧ କିଲୋମିଟର ଦୂର ଏବଂ ୧୩୦ କିଲୋମିଟର ଗଭୀରରେ ଥିବା ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ପକ୍ଷରୁ ସୂଚନା ମିଳିଛି।

ବର୍ତ୍ତମାନ ପର୍ଯ୍ୟନ୍ତ କ୍ଷତିକ୍ଷତି ନେଇ କୌଣସି ସୂଚନା ମିଳିନଥିଲେ ମଧ୍ୟ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି। ସେପଟେ ରବିବାର ସନ୍ଧ୍ୟାରେ ମଧ୍ୟ ଆଫଗାନିସ୍ତାନରେ ଭୂକମ୍ପ ଅନୁଭୂତ ହୋଇଥିଲା। ଗତ ୪୮ ଘଣ୍ଟା ମଧ୍ୟରେ ଆଫଗାନିସ୍ତାନରେ ଏହା ହେଉଛି ଦ୍ୱିତୀୟ ଭୂକମ୍ପ। ଏହାପୂର୍ବରୁ ରବିବାର ସନ୍ଧ୍ୟାରେ ଆଫଗାନିସ୍ତାନରେ ରିଚ୍ଟର ସ୍କେଲରେ ୫.୧ ମ୍ୟାଗ୍ନିଚ୍ୟୁଟର ଏକ ଭୂକମ୍ପ ରେକର୍ଡ କରାଯାଇଥିଲା।

ଭୂକମ୍ପର ଗଭୀରତା ୧୫ କିଲୋମିଟର ଥିବା ନେଇ କୁହାଯାଇଥିଲା ଏହା ଜଣା ଯେ ଗତ ବର୍ଷ ଅକ୍ଟୋବରରେ ଆଫଗାନିସ୍ତାନର ହେରାତ୍‌ ପ୍ରଦେଶରେ ଏକ ଭୟଙ୍କର ଭୂକମ୍ପ ଯୋଗୁଁ ୪ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଥିଲେ।

Leave A Reply

Your email address will not be published.