ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ନିରାପତ୍ତା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ପାଇଁ ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ବିଭିନ୍ନ ସ୍ଥାନରେ ଟ୍ରେନ୍ ସେବା ସାମୟିକ ଭାବେ ପ୍ରଭାବିତ ହେବ:
● ଭୁବନେଶ୍ୱର / କଟକ-ଢେଙ୍କାନାଳ ରେଳ ସେକ୍ସନ ଅନ୍ତର୍ଗତ ରାଜ ଆଠଗଡ଼ ଓ ଯୋରନ୍ଦା ରୋଡ଼ ଷ୍ଟେସନ ମଧ୍ୟରେ ବ୍ରିଜ (ପୋଲ) ପୁନଃ ନିର୍ମାଣ କାର୍ଯ୍ୟ :
● ଛତ୍ରପୁର-ବ୍ରହ୍ମପୁର ରେଳ ସେକ୍ସନ ଅନ୍ତର୍ଗତ ଛତ୍ରପୁର-ଜଗନ୍ନାଥପୁର ରେଳ ଷ୍ଟେସନ ମଧ୍ୟରେ ସୀମିତ ଉଚ୍ଚତା ବିଶିଷ୍ଟ ଉପମାର୍ଗ ନିର୍ମାଣ |
● ବୃନ୍ଦାମାଲ ଷ୍ଟେସନ ଠାରେ ଦ୍ଵିତୀୟ କର୍ଡ ଲାଇନ କାର୍ଯ୍ୟକ୍ଷମ |
● ଖରିଆର ରୋଡ୍-ନୂଆପଡା ରୋଡ୍-ଲପଙ୍ଗା ଷ୍ଟେସନ ପୋଲ ପୁନଃ ନିର୍ମାଣ ଏବଂ ଲପଙ୍ଗା ଓ ରେଙ୍ଗାଲୀ ଷ୍ଟେସନ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ଟ୍ରାକ୍ ମେସିନ୍ କାର୍ଯ୍ୟ |
ଟ୍ରେନ୍ ବାତିଲ୍:
A. 08441/08442 ଭୁବନେଶ୍ୱର-ବ୍ରହ୍ମପୁର-ଭୁବନେଶ୍ୱର ପାସେଞ୍ଜର ସ୍ପେଶାଲ ଉଭୟ ପାର୍ଶ୍ୱରୁ 5 ଜୁନ୍ 2023 ରେ ବାତିଲ ରହିବ |
B. 08264 ବିଳାସପୁର-ଟିଟିଲାଗଡ଼ ପାସେଞ୍ଜର ସ୍ପେଶାଲ ବିଳାସପୁରରୁ 7 ରୁ 9 ଜୁନ୍ ପର୍ଯ୍ୟନ୍ତ |
C. 08277 ଟିଟିଲାଗଡ଼-ରାଇପୁର ପାସେଞ୍ଜର ସ୍ପେଶାଲ ଟିଟିଲାଗଡରୁ 7 ରୁ 9 ଜୁନ୍ ପର୍ଯ୍ୟନ୍ତ |
D. 08171 / 08172 ଝାରସୁଗୁଡା-ସମ୍ବଲପୁର-ଝାରସୁଗୁଡା ମେମୁ ଉଭୟ ପକ୍ଷରୁ 7 ରୁ 9 ଜୁନ୍ ପର୍ଯ୍ୟନ୍ତ |
E. 08169/08170 ଝାରସୁଗୁଡା-ସମ୍ବଲପୁର-ଝାରସୁଗୁଡା ମେମୁ ଉଭୟ ପକ୍ଷରୁ 7 ରୁ 9 ଜୁନ୍ ପର୍ଯ୍ୟନ୍ତ |
F. 08263 ଟିଟିଲାଗଡ଼-ବିଳାସପୁର ପାସେଞ୍ଜର ସ୍ପେଶାଲ ଟିଟିଲାଗଡରୁ 8 ରୁ 10 ଜୁନ୍ ପର୍ଯ୍ୟନ୍ତ |
G. 08278 ରାୟପୁର-ଟିଟିଲାଗଡ ପାସେଞ୍ଜର ସ୍ପେଶାଲ ରାୟପୁରରୁ 8 ରୁ 10 ଜୁନ୍ ପର୍ଯ୍ୟନ୍ତ |
H. 08527/08528 ରାୟପୁର-ବିଶାଖାପାଟନମ୍-ରାୟପୁର ପାସେଞ୍ଜର ସ୍ପେଶାଲ ଉଭୟ ପାର୍ଶ୍ୱରୁ 3 ଜୁନ୍ 2023 |
I. 08275 ରାୟପୁର-ଜୁନାଗଡ଼ ରୋଡ୍ ପାସେଞ୍ଜର ସ୍ପେଶାଲ ରାୟପୁରରୁ 3 ଜୁନ୍ ଦିନ |
J. 08276 ଜୁନାଗଡ଼ ରୋଡ୍-ରାୟପୁର ପାସେଞ୍ଜର ସ୍ପେଶାଲ ଜୁନାଗଡ଼ ରୋଡ୍ଜୁ ରୁ 4 ଜୁନ୍ ଦିନ |
ଟ୍ରେନର ଆଂଶିକ ବାତିଲ୍:
A. 08263 ଟିଟିଲାଗଡ-ବିଳାସପୁର ପାସେଞ୍ଜର ସ୍ପେଶାଲ ଟିଟିଲାଗଡରୁ 3 ଏବଂ 5 ଜୁନ୍ 2023 ରେ ସମ୍ବଲପୁର ପର୍ଯ୍ୟନ୍ତ ଯାତ୍ରା କରିବ ଏବଂ 08264 ବିଳାସପୁର-ଟିଟିଲାଗଡ ପାସେଞ୍ଜର ସ୍ପେଶାଲ ଭାବରେ ସମ୍ବଲପୁରରୁ ଟିଟିଲାଗଡକୁ ଫେରିବ |
B. 08264 ବିଳାସପୁର-ଟିଟିଲାଗର ପାସେଞ୍ଜର ସ୍ପେସିଆଲ ବିଲାସପୁରରୁ 3 ଏବଂ 5 ଜୁନ୍ 2023 ରେ ବ୍ରଜରାଜନଗର ପର୍ଯ୍ୟନ୍ତ ଯାତ୍ରା କରିବ ଏବଂ 08263 ଟିଟିଲାଗଡ-ବିଳାସପୁର ପାସେଞ୍ଜର ସ୍ପେଶାଲ ଭାବରେ ବ୍ରଜରାଜନଗରରୁ ବିଳାସପୁରକୁ ଫେରିବ |
C. ଉଭୟ ପାର୍ଶ୍ୱରୁ ସମ୍ବଲପୁର ଏବଂ ବ୍ରଜରାଜନଗର ମଧ୍ୟରେ ଏହି ଟ୍ରେନର ସେବା ବାତିଲ ରହିବ |
ଟ୍ରେନର ସମୟରେ ସାମୟିକ ପରିବର୍ତ୍ତନ :
A. 17016 ସିକନ୍ଦରାବାଦ-ଭୁବନେଶ୍ୱର ବିଶାଖା ଏକ୍ସପ୍ରେସ 4 ଜୁନ୍ 2023 ରେ ସିକନ୍ଦରାବାଦରୁ ଅପରାହ୍ନ 4ଘ.50ମି. ପରିବର୍ତ୍ତେ ସନ୍ଧ୍ୟା 8ଘ.50ମି.ରେ ଛାଡିବ |
B. 12840 ଚେନ୍ନାଇ-ହାଓଡ଼ା ମେଲ 4 ଜୁନ୍ 2023 ରେ ସନ୍ଧ୍ୟା 7ଘ.20ମି ପରିବର୍ତ୍ତେ ରାତ୍ରି 11ଘ.20ମି ଛାଡିବ |
C. 18048 ଭାସ୍କୋ ଡ଼ା ଗାମା-ହାଓଡ଼ା ଅମରାବତୀ ଏକ୍ସପ୍ରେସ 4 ଜୁନ୍ 2023 ରେ ଭାସ୍କୋରୁ ସକାଳ 6ଘ.30ମି ପରିବର୍ତ୍ତେ ପୂର୍ବାହ୍ନ 10ଘ.30ମିରେ ଛାଡିବ |
D. 12807 ବିଶାଖାପାଟନମ୍-ନିଜାମୁଦ୍ଦିନ ସମତା ଏକ୍ସପ୍ରେସ 3 ଜୁନ୍ ରେ ବିଶାଖାପାଟନମ୍ ରୁ ପୂର୍ବାହ୍ନ 9ଘ.20ମିରେ ପରିବର୍ତ୍ତେ 10ଘ.20ମିରେ ଛାଡିବ |
E. 20808 ଅମୃତସର-ବିଶାଖାପାଟନମ୍ ହିରାକୁଦ୍ ଏକ୍ସପ୍ରେସ 3 ଜୁନ୍ ରାତ୍ରି 11ଘ.55ମି ପରିବର୍ତ୍ତେ 4 ଜୁନ୍ ଭୋର 4ଘ.55ମିରେ ଛାଡିବ |
F. 18125 ରାଉରକେଲା-ପୁରୀ ଏକ୍ସପ୍ରେସ 3, 5 ଏବଂ 7 ଜୁନ୍ 2023 ରେ ରାଉରକେଲାରୁ ପୂର୍ବାହ୍ନ 8ଘ.05ମି ପରିବର୍ତ୍ତେ ପୂର୍ବାହ୍ନ 10ଘ.05ମିରେ ଛାଡିବ |
ଟ୍ରେନର ନିୟନ୍ତ୍ରଣ :
20808 ଅମୃତସର-ବିଶାଖାପାଟନମ୍ ହିରାକୁଦ୍ ଏକ୍ସପ୍ରେସ ଅମୃତସରରୁ 31 ମଇ ଦିନ ଛାଡିଥିବା, ୨୨୮୪୦ ଭୁବନେଶ୍ୱର-ରାଉରକେଲା ଇଣ୍ଟର ସିଟି ଏକ୍ସପ୍ରେସ ଭୁବନେଶ୍ୱରରୁ ଜୁନ 2 ତାରିଖ ଦିନ, 20895 ରାମେଶ୍ୱରମ୍-ଭୁବନେଶ୍ୱର ଏକ୍ସପ୍ରେସ ରମେଶ୍ୱରମରୁ 4 ଜୁନ୍ ଦିନ ଏବଂ 18464 ବାଙ୍ଗାଲୋର-ଭୁବନେଶ୍ୱର ପ୍ରଶାନ୍ତି ଏକ୍ସପ୍ରେସ 4 ଜୁନ୍ 2023 ରେ ବାଙ୍ଗାଲୋରରୁ ଛାଡିବାକୁ ଥିବା ଟ୍ରେନ ଗୁଡିକ କିଛି ମିନିଟ୍ ପାଇଁ ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ନିୟନ୍ତ୍ରିତ ହେବ |