ଜେଟ ଏୟାରୱେଜର ପ୍ରତିଷ୍ଠାତା ନରେଶ ଗୋୟଲଙ୍କୁ ବାନ୍ଧିଲା ଇଡି

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଜେଟ ଏୟାରୱେଜର ପ୍ରତିଷ୍ଠାତା ନରେଶ ଗୋୟଲଙ୍କୁ ବାନ୍ଧିଲା ଇଡି । ମୁମ୍ବାଇ କାର୍ଯ୍ୟାଳୟରେ ପଚରାଉଚରା ପରେ ନରେଶ ଗୋୟଲ ଗିରଫ ହୋଇଛନ୍ତି । କାନାରା ବ୍ୟାଙ୍କରୁ ୫୩୮ କୋଟି ଟଙ୍କାର ରୁଣ ଠକେଇ ମାମଲାରେ ପ୍ରବର୍ତନ ନିର୍ଦ୍ଦେଶାଳୟର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଗୋୟଲଙ୍କ ବାସଭବନ ଓ କାର୍ଯ୍ୟାଳୟ ସମେତ ମେ ୫ ତାରିଖ ଦିନ ସିବିଆଇ ଅଧିକାରୀମାନେ ମୁମ୍ବାଇର ୭ଟି ସ୍ଥାନରେ ତଲାସ କରିଥିଲେ। ସିବିଆଇ ପଞ୍ଜିକୃତ କରାଇଥିବା ଏଫ୍‌ଆଇଆରରେ କୁହାଯାଇଛି, ଗତବର୍ଷ ନଭେମ୍ବର ୧୧ ତାରିଖରେ ‘ଜେଟ୍‌ ଏୟାର୍‌ୱେଜ୍‌’ର ସଂସ୍ଥାପକ ନରେଶ ଗୋୟଲ ଅପରାଧିକ ଷଡ଼ଯନ୍ତ୍ର, ଅପରାଧିକ ଅର୍ଥଆତ୍ମସାତ ଓ ଅପରାଧିକ ଦୁର୍ନୀତି କରିଥିଲେ ।

ସେହିପରି, କେନରା ବ୍ୟାଙ୍କ୍‌ର ଚିଫ୍‌ ଜେନେରାଲ୍‌ ମ୍ୟାନେଜର୍‌ ପି. ‌ସନ୍ତୋଷ ଦସ୍ତଖତ ଥିବା ଅଭିଯୋଗ ପତ୍ରରେ ଉଲ୍ଲେଖ ଅଛି ଯେ, ଅନୀତା ନରେଶ ଗୋୟଲ୍‌, ଗୌରାଙ୍ଗ ଆନନ୍ଦ ସେଟ୍ଟୀ, ଅଜ୍ଞାତ ସରକାରୀ କର୍ମଚାରୀ ଓ ଅନ୍ୟମାନେ ଜାଲିଆତି କରି ବ୍ୟାଙ୍କ୍‌ର ୫୩୮.୬୨ କୋଟି ଟଙ୍କା କ୍ଷତି କରାଇଛନ୍ତି ।

Leave A Reply

Your email address will not be published.