ବଲାଙ୍ଗୀର ଆଇଟି ରେଡ୍‌ ଘଟଣାରେ ଏଣ୍ଟ୍ରି ମାରିପାରେ ED

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ମଦ ବ୍ୟବସାୟୀଙ୍କଠାରୁ ୩୫୦ କୋଟିରୁ ଅଧିକ ଟଙ୍କା ଜବତ ଘଟଣା । ମାମଲାରେ ଏଣ୍ଟ୍ରି ମାରିପାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ବିପୁଳ ଟଙ୍କାର ରହସ୍ୟ ଖୋଲିବାକୁ ଏଣ୍ଟ୍ରି ମାରିପାରେ । ଇଡି ଯୁଗ୍ମ ନିର୍ଦ୍ଦେଶକ ଭେଟିବା ପରେ ବଢ଼ିଲା ଏଣ୍ଟ୍ରି ସମ୍ଭାବନା । ଆଇଟି ବରିଷ୍ଠ ଅଧିକାରୀଙ୍କୁ ଭେଟିଲେ ଇଡି ଯୁଗ୍ମ ନିର୍ଦ୍ଦେଶକ । ଏତେ ଟଙ୍କା କେଉଁଠୁ ଏବଂ କିଭଳି ଆସିଲା, ଘାଣ୍ଟିପାରେ ଇଡି ।

କଂଗ୍ରେସ ସାଂସଦ ଧୀରଜ ସାହୁଙ୍କ ମଦ ବ୍ୟବସାୟରେ ଆୟକର ବିଭାଗର ରେଡରୁ ଶହ ଶହ କୋଟି ଟଙ୍କା ବାହାରିବା ପରେ ତାଙ୍କୁ ନେଇ ପ୍ରବଳ ଚର୍ଚ୍ଚା । ଧୀରଜ ସାହୁ ହେଉଛନ୍ତି ଝାଡ଼ଖଣ୍ଡର କଂଗ୍ରେସ ସାଂସଦ । ତାଙ୍କ ପରିବାର ସହିତ କଂଗ୍ରେସର ସଂପର୍କ ବହୁ ପୁରୁଣା । ଏପରିକି ଦେଶ ସ୍ୱାଧୀନ ହେବା ଆଗରୁ ମଧ୍ୟ ସଂପର୍କ ରହିଛି ।  ସୋସିଆଲ ମିଡିଆରେ ପ୍ରଧାନମନ୍ତ୍ରୀ କହିଛନ୍ତି, ୭୦ ବର୍ଷ ହେଲା ଜାରି ରହିଛି କଂଗ୍ରେସର ଟଙ୍କା ଲୁଟ୍ । ଦେଶରେ ଟଙ୍କା ଲୁଟ୍ କରିବାକୁ ଚାହୁଁଛି କିଏ? ଯେତେବେଳେ ଆମ ପାଖରେ କଂଗ୍ରେସ ପରି ଦଳ ଅଛନ୍ତି ଆଉ ଯିଏ ୭୦ ବର୍ଷ ହେଲା ଦେଶର ଟଙ୍କାକୁ ଲୁଟ୍ କରୁଛି ଓ ଏବେ ବି ସମାନ କଥା ଜାରି ରଖିଛି ବୋଲି କହିଛନ୍ତି ମୋଦୀ ।

ବର୍ତମାନ ଜାରି ରହିଥିବା ଆୟକର ବିଭାଗର ବଡ଼ ରେଡରେ ଯେଉଁ ବିପୁଳ ନଗଦ ଟଙ୍କା ଜବତ ହୋଇଛି, ସେହି ଟଙ୍କା ଓ କଂଗ୍ରେସ ନେତାଙ୍କୁ ନେଇ ବିଜେପି ପକ୍ଷରୁ ସୋସିଆଲ ମିଡିଆରେ ଏକ ଭିଡିଓ ଜାରି କରାଯାଇଥିଲା । ୬ ଦିନଧରି ବଲାଙ୍ଗୀର ସୁଦପଡା ଭାଟି, କ୍ଳବପଡା ଘର ସହ ଟିଟିଲାଗଡ଼ ରେ ମଦଭାଟି, ମଦ ବ୍ୟବସାୟୀଙ୍କ ଘରେ ଚାଲିଥିଲା ରେଡ଼। ଏହାରି ଭିତରେ ୩୦୨ କୋଟି ଟଙ୍କା ଜବତ କରି ସରକାରୀ ଖାତା କୁ ପଠାଇଛି ଆଇଟି ବିଭାଗ । ସେପଟେ ବିଭିନ୍ନ ଦିଗକୁ ନେଇ ତଦନ୍ତ କରିଛନ୍ତି ଆଇଟି ଅଧିକାରୀ । ସେହିପରି ରାଜେଶ ସାହୁ, ବଣ୍ଟି ସାହୁ, ଙ୍କୁ ପଚରାଉଚୁରା କରିଛି ଆଇଟି ବିଭାଗ ।

Leave A Reply

Your email address will not be published.