ଓଡ଼ିଆ ନ୍ୟୁଜ୍: ଶକ୍ତି ରଂଜନ ଦାଶ ଓ କମ୍ପାନି ଉପରେ ED ରେଡ୍।ଅମୋଲ୍ ମାଇନ୍ସ ଓ ରିସୋର୍ସେସ୍ରେ ED ରେଡ୍।ITCOL ବ୍ୟାଙ୍କ ଜାଲିଆତିରେ ମନି ଲଣ୍ଡରିଂ ନେଇ ଖୋଳତାଳ।୧୩୯୬ କୋଟିର ବ୍ୟାଙ୍କ ଜାଲିଆତି ନେଇ ଚଢ଼ାଉ।ଶକ୍ତି ରଂଜନଙ୍କ ୧୦ଟି ବିଳାସପୂର୍ଣ୍ଣ ଗାଡ଼ି ଜବତ କଲା ଇଡି।ଖଣି ମାଲିକ ଶକ୍ତି ରଞ୍ଜନ ଦାଶଙ୍କ ଘରେ ଇଡି ଚଢାଉ ହୋଇଛି। ଶକ୍ତିଙ୍କ ନୟାପଲ୍ଲୀ ସ୍ଥିତ ଘରେ ହିମାଚଳ ପ୍ରଦେଶ ED ଟିମ୍ ଚଢ଼ାଉ କରିଛି। ହିମାଚଳ ପ୍ରଦେଶ ପୋଲିସ ସିଆଇଡି ନିକଟରେ ମାମଲା ରୁଜୁ ପରେ ଏହି ଚଢ଼ାଉ ଚାଲିଛି।
ହିମାଚଳର ଏକ କମ୍ପାନୀ ବିଭିନ୍ନ ବ୍ୟାଙ୍କରୁ ୧୩୯୬ କୋଟି ଋଣ କରିଥିଲା। ଜାଲ କାଗଜପତ୍ର ମାଧ୍ୟମରେ ଋଣ, ସେଥିରୁ ଶକ୍ତିଙ୍କ ଆକାଉଣ୍ଟକୁ କେବଳ ଆସିଛି ୫୯ କୋଟି ଟଙ୍କା। ଏହି ଚଢ଼ାଉ ବେଳେ ଶକ୍ତିଙ୍କ ଘରୁ ୧୦ଟି ବିଳାସପୂର୍ଣ୍ଣ କାର୍ , ୩ଟି ସୁପର ବାଇକ ଜବତ ହୋଇଛି। ଚଢ଼ାଉ ଜାରି ରହିଛି। ଶେଷ ହେବା ପରେ ସମ୍ପୂର୍ଣ୍ଣ ବିବରଣୀ ପ୍ରକାଶ ହେବ।