ବଲିଉଡକୁ ଘାରିଛି ଇଡି ଭୟ

0

ଓଡ଼ିଆ ନ୍ୟୁଜ, ନୂଆଦିଲ୍ଲୀ:  ବଲିଉଡରେ ଇଡି ଆତଙ୍କ । ମହାଦେବ ଅନଲାଇନ ବେଟିଂ ଆପ୍ ମାମଲାରେ ସାମ୍ନାକୁ ଆସୁଛି ଜଣଙ୍କ ପରେ ଜଣେ ବଲିଉଡ କଳାକାରଙ୍କ ନାଁ । ଦୁଇ ଦିନ ପୂର୍ବରୁ ଅଭିନେତା ରଣବୀର କପୁରଙ୍କୁ ଜେରା ପାଇଁ ସମନ ମିଳିଥିବା ବେଳେ ଏବେ ପୁଣି ଧରା ପଡିଛନ୍ତି କମେଡି କଳାକାର କପିଲ ଶର୍ମା, ଅଭିନେତ୍ରୀ ଶ୍ରଦ୍ଧା କପୁର ଓ ହୁମା କୁରେସୀ । ବେଆଇନ ମହାଦେବ ଅନଲାଇନ ବେଟିଂ ଅପରେ କଳାକାରଙ୍କ ଭୂମିକା କଣ ସେ ନେଇ ଖୋଳତାଡ କରୁଛି ଇଡି । ଠକେଇରେ ଏମାନଙ୍କର ସମ୍ପୃକ୍ତି ରହିଛି କି ନାହିଁ ସେଇ ନେଇ ତଦନ୍ତ କରୁଛି ପ୍ରବର୍ତନ ନିଦେ୍ର୍ଦଶାଳୟ ।

ଏହି ମହାଦେବ ବେଟିଂ ଆପ୍ ବେଆଇନ ଭାବେ ସଟ୍ଟା ବଜାର ସହ ଜଡିତ । ସୌରଭ ନିଜ ସହଯୋଗୀ ରବି ଉପ୍ପଲଙ୍କ ସହ ମିଶି ମହାଦେବ ବେଟିଂ ଆପ ଖୋଲିଥିଲେ । ଉଭୟ ସୌରଭ ଓ ରବି ଛତିଶଗଡର । ଜୁସ ଦୋକାନ କରିଥିଲେ ସୌରଭ ଓ ଟାୟାର ଦୋକାନ କରି ଗୁଜୁରାଣ ମେଂଟାଉଥିଲେ ରବି । ଉଭୟ କୋଟିପତି ହେବା ଲୋଭରେ ୨୦୧୮ରେ ୟୁଇଏ ପଳାଇଥିଲେ । ସେଠୁ ଆରମ୍ଭ କରିଥିଲେ ମହାଦେବ ଅନଲାଇନ ଗେମିଂ ଓ ବେଟିଂ ଆପ୍ସ । ଯେଉଁ ଆପ୍ ଜରିଆରେ ଭାରତକୁ ଦିନକୁ ୨ଶହ ଲୋକଙ୍କୁ ଫସାଉଥିଲେ । ମାତ୍ର ୪ବର୍ଷରେ ଏମାନଙ୍କ ସମ୍ପତି ୫ ହଜାର କୋଟି ଛୁଇଁ ଯାଇଥିଲା ।

Leave A Reply

Your email address will not be published.