ଶିକ୍ଷା ସଚେତନତା ରଥ

0

ଓଡ଼ିଆ ନ୍ୟୁଜ, ସାଲେପୁର: ସରକାର ଙ୍କ ଶିକ୍ଷା ସଚେତନା ରଥ ଆସଆମେ ସ୍କୁଲ ଫେରିଯିବା ସାଲେପୁର ସ୍କୁଲରୁ ଉଦଘାଟନ ହୋଇ ୧୯ ଟି କ୍ଲଷ୍ଟର ସାଲେପୁର ବ୍ଲକର ବିଭିନ୍ନ ଗ୍ରାମଭ୍ରମଣ ଓ ବିଭିନ୍ନ ସ୍କୁଲ ବୁଲିବା ଆଜି କୁ ପାଞ୍ଚଦିନ ବ୍ୟାପି ସାଲେପୁର ବ୍ଲକମଣ୍ଡଳ ଉନୟନଜଗବନ୍ଧୁ ଶତପଥି ଙ୍କ ତତ୍ୱବଧାନ ରେ ସାଲେପୁର ସିଆର ସିସି ଅନ୍ତରର୍ଯ୍ୟାମୀ ଭୋଳ ସାର ପାଞ୍ଚଦିନ ବ୍ୟାପି ବୁଲିବା ପରେ ଆଜିଦୀନବନ୍ଧୁ ଉପ୍ରାବିଦ୍ୟାଳୟ, ବଣହରା ସ୍କୁଲ, ଯୋଗେନ୍ଦ୍ର ବିଦ୍ୟାପୀଠ. କୁସମୀ ସ୍କୁଲ. ରାଇସୁଂଗୁଡା ସ୍କୁଲ ପରିଶେଷରେ ଧର୍ମାଗତ ପୁରସ୍କୁଲ ରେ ଉଦଯାପନୀ ହୋଇଥିଲା l

ଏହି ରଥକୁ ସ୍କୁଲପିଲାମାନେ ବାଜା ବଜେଇ ପ୍ୟାରେଡ କରି ପାଛୋଟି ନେଇଥିଲେ l ସ୍କୁଲ ଗେଟ ସମୁଖରେ ମୁରୁଜରେ ଝୋଟିକରି କଳସଥୋଇ ପୂଜାଚର୍ନା ଓ ବନ୍ଧାପନା କରି ପାଛୋଟି ନେଇଥିଲେl ପିଲାମାନେ ନାଚଗୀତ ମାଧ୍ୟମରେ ରଥକୁ ସଂମ୍ମାନ ଜଣେଇ ଥିଲେ l ଆଜିଉଦଯାପନୀ ଦିବସରେ ଧର୍ମାଗତ ପୁର ସ୍କୁଲପରିସରରେ ଏକ ସଚେତନା ସଭାର ଆୟୋଜନ କରାଯାଇଥିଲା ଏହି ସଭାରେ ମୁଖ୍ୟଅତିଥି ଭାବେ ସାଲେପୁର ମଣ୍ଡଳ ଉନ୍ନୟନ ଅଧିକାରୀ ଜଗବନ୍ଧୁ ଶତପଥି, ବି. ଆ. ର. ସି. ସି ବିଳାସିନି ବାହିନୀପତି ଓ ବହୁ ସ୍ଥାନୀୟ ସରପଞ୍ଚ ଙ୍କ ସହ ସାଲେପୁର ବ୍ଲକର ଅନେକ ସିଆର ସିସି ଏବଂ ଶିକ୍ଷକ ସାମ୍ବାଦିକ ବନ୍ଧୁମାନଙ୍କୁ ଫୁଲଗୁଚ୍ଛ ଉତରୀୟ ଦେଇସଂମ୍ମାନିତ କରିଥିଲେ l

ପରିଶେଷରେ ପିଲାମାନେ ଆମେ ପଢ଼ିବୁ ଆମେ ଗଢ଼ିବୁ ସଚେତନା ବାର୍ତା ଡ୍ୟାନ୍ସ ମାଧ୍ୟମରେ ଦେଖେଇ ଥିଲେ l ଏହି ସଭାରେ ବହୁ ଛାତ୍ର ଛାତ୍ରୀ ଅଭିଭାବକ ଯୋଗ ଦେଇଥିଲେ ।

Leave A Reply

Your email address will not be published.