ଚଳିତ ମାଟ୍ରିକ ପରୀକ୍ଷାରେ ୨୦ହଜାର ପିଲା ଅନୁପସ୍ଥିତ ରହିଛନ୍ତି, ମନ୍ତ୍ରୀ ଓ ସଚିବ କହିଲେ ହାଉସ ହୋଲ୍ଡ଼ ସର୍ଭେ କରାଯିବ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ଏ ପର୍ଯ୍ୟନ୍ତ ମାଟ୍ରିକ ପରୀକ୍ଷା ଡାଟା ଆମ ପାଖକୁ ଆସିନାହିଁ ଯେ କେତେ ପିଲା ଅନୁପସ୍ଥିତ ଅଛନ୍ତି । ପରୀକ୍ଷା ସାରିଲେ ତାହା ଜଣାଯିବ। ବଡ କଥା ହେଉଚି ଯେଉଁ ୧୪ହଜାର ପିଲା ସମିଟିଭ ୧ ଦେଇନାହାନ୍ତି ସେମାନେ ସମିଟିଭ୍ ୨ ଦେଇପାରିବେ ନାହିଁ। ବାକି ଯେଉଁ ୪ହଜାର କଥା ଉଠିଛି ସେମାନେ କାହିଁକି ଅନୁପସ୍ଥିତ ତାହା ପରବର୍ତ୍ତୀ ସମୟରେ ଜଣାଯିବ। କିଛି ସାମାଜିକ କାରଣ ଥିବା ଜଣାପଡ଼ୁଛି, କିନ୍ତୁ ଏହାର କଣ ସତ୍ୟାସତ୍ୟ ପରେ ଜଣାଯିବ ବୋଲି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ କହିଛନ୍ତି।

ଚଳିତ ମାଟ୍ରିକ ପରୀକ୍ଷା ରେ ୨୦ହଜାର ପିଲା ଅନୁପସ୍ଥିତ ରହିବା ଘଟଣାରେ କାହିଁକି ପିଲାମାନେ ପରୀକ୍ଷା ଦେଇନାହାନ୍ତି ସେ ନେଇ ପୁଣି ହାଉସ୍ ହୋଲ୍ଡ ସର୍ଭେ କରାଯିବ। କଣ କାରଣ ରହିଛି ଜାଣିବୁ। ଯଦି କେହି ମେନ୍ strim କୁ ଆସିବେ ତାଙ୍କୁ ଫେରାଇ ଆଣିବାକୁ ଚେଷ୍ଟା କରାଯିବ। ନଚେତ୍ ଯଦି କେହି ଭୋକେଶ୍ନାଲ ବା ଧନ୍ଦାମୂଳକ ଶିକ୍ଷା ପାଇଁ ଆଗ୍ରହୀ ହୈବେ ସେମାନଙ୍କୁ ବ୍ୟବସ୍ଥା କରାଯିବ ବୋଲି ଗଣଶିକ୍ଷା ସଚିବ ପ୍ରତିକ୍ରିୟା ରଖିଛନ୍ତି।

ମାଟ୍ରିକ ପରୀକ୍ଷାରେ ୧୮ ହଜାରରୁ ଅଧିକ ପରୀକ୍ଷାର୍ଥୀ ଅନୁପସ୍ଥିତ ରହିଛନ୍ତି । ବିଭିନ୍ନ ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ତଥ୍ୟ ଅନୁସାରେ କଟକ ଜିଲ୍ଲାରେ ୪୨୦ ଜଣ, କେନ୍ଦ୍ରାପଡ଼ା ୪୨୫ ଜଣ, ଜଗତସିଂହପୁରରେ ୨୩୫ ଜଣ, ଖୋର୍ଦ୍ଧାରେ ୪୯୪ ଜଣ, କୋରାପୁଟରେ ୬୮୬ ଜଣ, ଯାଜପୁରରେ ୭୫୫, ଭଦ୍ରକରେ ୫୦ ଜଣ ପ୍ରଥମ ଦିନ ପରୀକ୍ଷାରେ ଅନୁପସ୍ଥିତ ଥିଲେ । ସେହିଭଳି ବାଲେଶ୍ୱରରେ ୧୧୫୮, ବଲାଙ୍ଗୀରରେ ୧୧୯୯ ଜଣ, କଳାହାଣ୍ଡିରେ ୭୬୬ ଜଣ, ଦେବଗଡ଼ରେ ୯୪ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବାକୁ ଆସି ନଥିଲେ । ଅନ୍ୟପଟେ ମଧ୍ୟମା ଓ ମୁକ୍ତ ବିଦ୍ୟାଳୟ ପ୍ରତ୍ୟେକ ବର୍ଗରେ ୫ଶହରୁ ଅଧିକ ପିଲା ପରୀକ୍ଷା ଦେଇନାହାନ୍ତି । ପୂର୍ବରୁ ମାଟ୍ରିକ ପରୀକ୍ଷାର ସମେଟିଭ୍-ୱାନରେ ରାଜ୍ୟରେ ମୋଟ ୧୩ ହଜାର ୫୮ ଜଣ ପରୀକ୍ଷାର୍ଥୀ ଅନୁପସ୍ଥିତ ଥିଲେ ।

 

Leave A Reply

Your email address will not be published.