କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଡ. ରମେଶ ପୋଖରିଆଲ୍ ନିଶଙ୍କଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡିବାରୁ ଆଜି ତାଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଛି । ଡ. ନଶଙ୍କ କିଛି ଦିନ ତଳେ କୋଭିଡରୁ ସୁସ୍ଥ ହୋଇ ଫେରିଥିଲେ । କୋଭିଡ୍ ପରବର୍ତ୍ତୀ ସମସ୍ୟା ଦେଖା ଦେବାରୁ ସେ ଅସୁସ୍ଥ ହୋଇ ପଡ଼ିଥିଲେ । ତେଣୁ ସଂଗେ ସଂଗେ ତାଙ୍କୁ ଏମ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।