କେରଳରେ ନିଖୋଜ ଦୁଇ ଡାକ୍ତରଙ୍କୁ ଉଦ୍ଧାର ପାଇଁ ଉଦ୍ୟମ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): କେରଳ ଭୂସ୍ଖଳନରେ ଓଡ଼ିଆ ଡାକ୍ତର ବିଷ୍ଣୁ ପ୍ରସାଦ ଚିନାରଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତଦେହ ଚିହ୍ନଟ ପାଇଁ ଦୁଇ ଅଧିକାରୀଙ୍କୁ କେରଳ ପଠାଯାଇଛି । ବିଷ୍ଣୁ ପ୍ରସାଦଙ୍କ ମୃତଦେହ କି ନାହିଁ ଚିହ୍ନଟ ପରେ ଓଡ଼ିଶା ଆଣିବାକୁ ବ୍ୟବସ୍ଥା କରାଯିବ ବୋଲି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି । ଏନେଇ ବିଷ୍ଣୁଙ୍କ ମୃତ୍ୟୁ ନେଇ ପରିବାର ପକ୍ଷରୁ କିନ୍ତୁ କୌଣସି ସୂଚନା ମିଳିନାହିଁ। ଏବେ ବି ନିଖୋଜ ଅଛନ୍ତି ବିଷ୍ଣୁ ପ୍ରସାଦଙ୍କ ବନ୍ଧୁ ସ୍ୱାଧୀନ ପଣ୍ଡା।

ଏହି ଖବର ହସ୍ତଗତ ହେବା ପରେ କେରଳ ଅଭିମୁଖେ ବାହାରିଛି ଓଡ଼ିଶା ଅଧିକାରୀଙ୍କ ଏକ ଟିମ୍। ଓଡ଼ିଶା ପରିବାର ନିର୍ଦ୍ଦେଶକ ଦିଲ୍ଲୀପ ରାଉତରାୟଙ୍କ ନେତୃତ୍ୱରେ ଟିମ୍ କେରଳ ଯାଇଥିବା ରାଜସ୍ବ ମନ୍ତ୍ରୀ କହିଛନ୍ତି। ଡାକ୍ତର ବିଷ୍ଣୁ ପ୍ରସାଦ ଓ ତାଙ୍କ ଅଧ୍ୟାପିକା ପତ୍ନୀ ପ୍ରିୟଦର୍ଶିନୀ ପାଲ ଓ ଡାକ୍ତର ସ୍ଵାଧୀନ ପଣ୍ଡା ଓ ପତ୍ନୀ ସ୍ୱୀକୃତି ମହାପାତ୍ର ଗତ ୨୬ ତାରିଖରେ ବାଙ୍ଗାଲୁରୁ ବୁଲିବା ପାଇଁ ଯାଇଥିଲେ। ସେମାନେ ସେଠାରୁ କେରଳ ଯାଇ ୱାଇନାଡର ଲିନରା ଭିଲ୍ଲାରେ ରହିଥିଲେ। ସୂଚନା ଯୋଗ୍ୟ କେରଳ ଭୂସ୍ଖଳନରେ ଚୌଦ୍ୱାର ଅଞ୍ଚଳର ଡାକ୍ତର ବିଷ୍ଣୁ ପ୍ରସାଦ ଚିନାର ଓ ଡାକ୍ତର ସ୍ୱାଧୀନ ପଣ୍ଡା ନିଖୋଜ ହୋଇଥିଲେ ।

ଏବେ ବିଷ୍ଣୁ ପ୍ରସାଦଙ୍କ ମୃତଦେହ ମିଳିଥିବା ଖବର ମିଳିଛି । ଉଭୟ ଭୂସ୍ଖଳନରେ ନିଖୋଜ ଥିବା ଖବର ପାଇ ଚିନ୍ତାରେ ପଡିଛନ୍ତି ପରିବାର ସଦସ୍ୟ । ଚୌଦ୍ୱାର ହାଉସିଂ ବୋର୍ଡର ବାସିନ୍ଦା ତଥା ହାଇଟେକ୍‌ ମେଡିକାଲର ମେଡିସିନ ଡାକ୍ତର ବିଷ୍ଣୁ ପ୍ରସାଦ ଓ ତାଙ୍କ ପତ୍ନୀ ୱାୟନାଡରେ ଥିଲେ । ତେବେ ସୋମବାର ବିଳମ୍ବିତ ରାତିରେ ହଠାତ ଭୂସ୍ଖଳନ ହେବାରୁ ବିଷ୍ଣୁଙ୍କର କୌଣସି ପତ୍ତା ମିଳୁନଥିବା ବେଳେ ତାଙ୍କ ପତ୍ନୀ ସୁରକ୍ଷିତ ଥିବା ପରିବାର ଲୋକେ କହିଛନ୍ତି ।

Leave A Reply

Your email address will not be published.