ଓଡ଼ିଆ ନ୍ୟୁଜ(ବ୍ୟୁରୋ): ଘଣ୍ଟ ଘଣ୍ଟାରେ ପ୍ରକମ୍ପିତ ଏକାମ୍ରକ୍ଷେତ୍ର । ଏକାମ୍ର ପ୍ରକଳ୍ପ ପାଇଁ ଚଳ ଚଞ୍ଚଳ ଲିଙ୍ଗରାଜ ମନ୍ଦିର ପରିସର । ପ୍ରକଳ୍ପର ଶୁଭାରମ୍ଭ କାର୍ଯ୍ୟର ଦ୍ୱିତୀୟ ଦିନରେ ସ୍ୱତନ୍ତ୍ର ରୀତିନୀତିରେ ଚାଲିଛି ପୂଜାର୍ଚ୍ଚନା । ସକାଳୁ ସକାଳୁ ବିନ୍ଦୁସାଗରରୁ ୨୮ଗୋଟି କଳସ ପୂଜା କରି ଲିଙ୍ଗରାଜ ପରିସରକୁ ଫେରିଛନ୍ତି ବ୍ରାହ୍ମଣ ମଣ୍ଡଳୀ । ଏହାପରେ ଗୁରୁ ପୂଜନ , ଦୀପ ସ୍ଥାପନ, ପଞ୍ଚକର୍ମ,ସୂର୍ଯ୍ୟପୂଜା, ଗୋ ପୂଜା , ଧରିତ୍ରୀ ପୂଜା ବାହ୍ୟ ଦ୍ଵାର ପୂଜା, ଶାଲା ପ୍ରବେଶ, ମଣ୍ଡଳ ପୂଜା , ଅଗ୍ନି ସ୍ଥାପନ ନୀତି ରହିଛି । ସେହିପରି ଆଜି ପୁରୀ ଗଜପତି ମହାରାଜା ଦିବ୍ୟ ସିହ ଦେବ ମହାରାଜା ଯୋଗ ଦେବର କାର୍ଯ୍ୟକ୍ରମ ରହିଥିବା ବେଳେ ଆସନ୍ତା କାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଯୋଗ ଦେଇ ପ୍ରକଳ୍ପର ଶୁଭାରମ୍ଭ ଯୋଗ ଦେବେ ।
ଏକାମ୍ର ପ୍ରକଳ୍ପ ପାଇଁ ଗତକାଲି ଠାରୁ ଆରମ୍ଭ ହୋଇଛି ଭୂମି ପୂଜନ। ଏହି ପ୍ରକଳ୍ପ ପାଇଁ ତିନିଦିନ ପୂଜା ଚାଲିବ । ଆସନ୍ତା ୨୮ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକାମ୍ର ପ୍ରକଳ୍ପର ଶିଳାନ୍ୟାସ କରିବେ । ଆଜି ଯଜ୍ଞ ଓ ହୋମ କାର୍ଯ୍ୟରେ ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ ଯୋଗଦେବେ ଏହା ପରେ ସଂଧ୍ୟା ୪ ଟା ୧୫ରେ ହର ପାର୍ବତୀ ମୂର୍ତ୍ତି ଉନ୍ମୋଚନ କରିବେ। ପ୍ରକଳ୍ପ ଭୂମି ପୂଜନ ପାଇଁ ଆଲୋକମାଳାରେ ସଜ୍ଜିତ ହୋଇଛି ଲିଙ୍ଗରାଜ ମନ୍ଦିର, ଅନନ୍ତ ବାସୁଦେବ ମନ୍ଦିର, ମୁକ୍ତେଶ୍ବର ଓ ଅନ୍ୟାନ୍ୟ ମନ୍ଦିର। ଆଜି ଓ କାଲି ୨୭,୨୮ ତାରିଖରେ ହରିହରଣ, ଅନନ୍ତ ସୁବ୍ରମଣି, ଅଭିଲିପସା ପଣ୍ଡା, ଆନନ୍ଦ ନନ୍ଦ, ନୀଳାଦ୍ରି କୁମାରଙ୍କ ପରି ଦେଶର ନାମୀଦାମୀ କଳାକାର ସନ୍ଧ୍ୟା ୫ଟା ୩୦ରୁ ରାତି ୧୦ଟା ଯାଏଁ ଭଜନ ପରିବେଷଣ କରିବେ। ସୁରକ୍ଷା ଦୃଷ୍ଟିର କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତ କରାଯାଇଛି। ୧୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି। ବିଶେଷ କରି ଟ୍ରଫିକ ଓ ଲୋକଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ଗୁରୁତ୍ବ ଦିଆଯାଇଛି। ଭୁବନେଶ୍ଵର ମହାନଗର ନିଗମ ପକ୍ଷରୁ ମଧ୍ୟ ବ୍ୟବସ୍ଥା କରାଯାଇଛି ବିଶେଷ କରି ବୁଲା କୁକୁର, ଗାଈ ଏହି ମାନଙ୍କୁ ସେହି ସ୍ଥାନରୁ ଉଠାଇ ଯାଇଛି।