ନିର୍ବାଚନୀ ସମୀକ୍ଷା ବୈଠକ ଅନୁଷ୍ଠିତ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ପଦାକୁ ଆସିଲା ବିଜେଡି ଦଳର ଗୋଷ୍ଠୀ କନ୍ଦଳ | ମନ୍ତ୍ରୀଙ୍କୁ ଖୋଲା ଚାଲେଞ୍ଜ କରି ପୂର୍ବତନ ବ୍ଲକ ଉପାଧ୍ୟକ୍ଷଙ୍କ ନେତୃତ୍ୱରେ ଜଳେଶ୍ଵର ନିର୍ବାଚନ ମଣ୍ଡଳୀର ଶତାଧିକ କର୍ମୀ ଅନ୍ୟଦଳରେ ମିଶିବେ ବୋଲି ଦେଲେ ଚେତାବନୀ । ବାଲେଶ୍ଵର ଜିଲ୍ଲା ଜଳେଶ୍ୱର ବ୍ଲକର ପୂର୍ବତନ ବ୍ଲକ ଉପାଦକ୍ଷ ବ୍ରଜମୋହନ ପ୍ରଧାନଙ୍କ ନେତୃତ୍ୱରେ ଜଳେଶ୍ୱରରେ ଥିବା ଖୁସି ପ୍ଲାଜା ପରିସରରେ ଏକ ନିର୍ବାଚନୀ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି |

ଏହି ସମୀକ୍ଷା ବୈଠକରେ ଜଳେଶ୍ୱର ନିର୍ବାଚନ ମଣ୍ଡଳୀରେ ଥିବା ୪୯ଟି ପଂଚାୟତର ଶତାଧିକ କର୍ମୀ ଯୋଗ ଦେଇ ମନ୍ତ୍ରୀ ଅଶ୍ଵିନୀ କୁମାର ପାତ୍ରଙ୍କ ବିରୋଧରେ ବିଶାଦଗାର କରିଥିଲେ | ମନ୍ତ୍ରୀ ବହୁଥର ନିର୍ବାଚିତ ହୋଇଥିଲେ ମଧ୍ୟ ନିର୍ବାଚନ ମଣ୍ଡଳୀରେ ସେ ଭଳି କୌଣସି ଆଖି ଦୃଶିଆ କାମ କରିନାହାନ୍ତି | ପୂର୍ବତନ ବ୍ଲକ ଉପାଦକ୍ଷଙ୍କ ବିଜେଡି ଦଳରୁ ନିଲମ୍ବିତ କରାଯାଇ ଥିଲା ବେଳେ ଦଳ ବର୍ତମାନ ପର୍ଯ୍ୟନ୍ତ କୌଣସି ବିଚାର କରିନାହିଁ | ଯଦି ଆଗାମୀ ମାର୍ଚ୍ଚ ପ୍ରଥମ ସପ୍ତାହ ସୁଦ୍ଧା ବିଜେଡି ସୁପ୍ରିମୋ ପୁନର୍ବିଚାର ନ କରନ୍ତି, ତାହାଲେ ଦଳରୁ ନିଲମ୍ବିତ ନେତା ବ୍ରଜ ମୋହନ ପ୍ରଧାନଙ୍କ ସହ ନିର୍ବାଚନ ମଣ୍ଡଳୀର ୩୦ ହଜାର ବିଜେଡି କର୍ମୀ ଅନ୍ୟ ପନ୍ଥା ଗ୍ରହଣ କରିବେ ବୋଲି ରୋକଠୋକ୍ କହିଛନ୍ତି।

ଏହି ନିର୍ବାଚନୀ ସମୀକ୍ଷା ବୈଠକରେ ପୂର୍ବତନ ବ୍ଲକ ଯୁବ ବିଜେଡ଼ି ସଭାପତି କାଳିଚରଣ ଦାସ, କେଏମସାହି ବିଜେଡି ସଭାପତି ତଥା ପୂର୍ବତନ ସରପଞ୍ଚ ସତ୍ୟ ଶୋଭନ ମିଶ୍ର, ପୂର୍ବତନ ବ୍ଲକ ବିଜେଡି ଯୁବ ସଭାପତି ଚନ୍ଦନ କୁମାର କର, ପୂର୍ବତନ ବ୍ଲକ୍ ବିଜେଡି ସଭାପତି ଭୂପତି ଚରଣ ମିର୍ଦ୍ଧା, ସୁଧିର କୁମାର ପାତ୍ରଙ୍କ ସହ ବହୁ ସରପଞ୍ଚ, ସମିତି ସଦସ୍ୟ ,ସୋସାଇଟି ସଭାପତି ୪୯ ଟି ପଞ୍ଚାୟତ ଓ ଜଳେଶ୍ୱର ମ୍ୟୁନସିପାଲଟିର ୧୭ ଟି ୱାର୍ଡ଼ରୁ ଶତାଧିକ କର୍ମୀ ଉପସ୍ଥିତ ହୋଇ ମନ୍ତ୍ରୀ ଶ୍ରୀ ପାତ୍ରଙ୍କୁ ବିରୋଧ କରିବା ସହ ୨୦୨୪ ସାଧାରଣ ନିର୍ବାଚନରେ ବ୍ରଜମୋହନ ପ୍ରଧାନଙ୍କୁ ଦୃଢ଼ ସମର୍ଥନ କରି ବିଧାୟକ ଭାବେ ନିର୍ବାଚିତ କରିବେ ବୋଲି ଶପଥ କରିଥିଲେ।

Leave A Reply

Your email address will not be published.