ଓଡ଼ିଆ ନ୍ୟୁଜ(ବ୍ୟୁରୋ): ବିଜୁଳି ଆଜିର ଦିନରେ ଆମ ପାଇଁ ଏକ ମୌଳିକ ଆବଶ୍ୟକତା | ହେଲେ ରାଜ୍ୟରେ ମନଇଛା ବିଜୁଳି ବିଲ ଆଦାୟ, ମହଙ୍ଗା ବିଜୁଳି, ଅଘୋଷିତ ବିଦ୍ୟୁତ କାଟ ସାଙ୍ଗକୁ ପୁଣି ଆରମ୍ଭ କଲେଣି ଆଗୁଆ ବିଜୁଳି ବିଲ ଆଦାୟ ବ୍ୟବସ୍ଥା | ଭୁଷୁଡ଼ା ବିଦ୍ୟୁତ ବିଭାଗ, ଭଙ୍ଗା ଖୁଣ୍ଟି ଛିଣ୍ଡା ତାରରେ ଯୋଗାଯାଉଛି ଉନ୍ନତମାନର ବିଦ୍ୟୁତ ସେବା | ରାଜ୍ୟର ୯୯ ଲକ୍ଷ ୧୮ ହଜାର ବିଦ୍ୟୁତ ଗ୍ରାହକ ହେଉଛନ୍ତି ହନ୍ତସନ୍ତ |
ବିଦ୍ୟୁତ ଶୁଳ୍କ ବଢି ବଢି ଚାଲିଛି, ଏହାର ଦୃଢ ପ୍ରତିବାଦ ପାଇଁ ଆସନ୍ତା ଅଗଷ୍ଟ 5 ତାରିଖ ଦିନ ମିଶନଓଡ଼ିଆ @2036, ଆମ ଜନତା ଅଧିକାର ଓ ଉପଭୋକ୍ତା ମହାସଂଘ ରାଜଭବନ ସମ୍ମୁଖରେ ବିଦ୍ୟୁତ ସତ୍ୟାଗ୍ରହ ଆୟୋଜନ କରିବାକୁ ଯାଉଛି l ରାଜ୍ୟର ବିଦ୍ୟୁତ ଗ୍ରାହକଙ୍କୁ ସୁଲଭ ମୂଲ୍ୟରେ ଉନ୍ନତମାନର ବିଦ୍ୟୁତ ଯୋଗାଇବା ସହିତ ସାଧାରଣ ଜନତାଙ୍କ ପାଇଁ 200 ୟୁନିଟ ପର୍ଯ୍ୟନ୍ତ ମାଗଣା ବିଦ୍ୟୁତ ଯୋଗାଣ ପାଇଁ ଏହି ସତ୍ୟାଗ୍ରହ ଆୟୋଜନ କରାଯାଉଛି l ଏଥି ସହିତ ଇଲେକ୍ଟ୍ରି ବିଲକୁ ଓଡ଼ିଆରେ ପ୍ରଦାନ ସହିତ ଇଡି ଚାର୍ଜ ଓ ଏମ.ଏଫ.ସି ଚାର୍ଜର ସରଳିକାରଣ ଏବଂ ଉଛେଦ ଦାବୀ ମଧ୍ୟ ଜୋରଦାର କରାଯିବ l
ଏଥିରେ ସମସ୍ତ ରାଜନୈତିକ ଦଳ, ଶ୍ରମିକ ସଂଗଠନ ଓ ଗଣସଂଗଠନ ର ପ୍ରତିନିଧି ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି l ପୂର୍ବରୁ ଏହି ସତ୍ୟାଗ୍ରହ ଜୁଲାଇ 25 ରେ ହେବାର ଥିଲା ହେଲେ ମହାମହିମ ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ କାର୍ଯ୍ୟକ୍ରମ ସ୍ଥଗିତ ରଖାଯାଇଥିଲା ବୋଲି ମିଶନଓଡିଶା@2036 ର ଆବାହକ ବାସୁଦେବ ଭଟ୍ଟ, ଆମ ଜନତା ଅଧିକାର ଆବାହଜ ମନୋଜ ଜେନା, ଉପଭୋକ୍ତା ମହାସଂଘ ସଭାପତି ରମେଶ ଶତପଥୀ, ମୁଖ୍ୟ ସଂଯୋଜକ ପ୍ରସନ୍ନ ବିଷୋୟୀ ଓ କୋଷାଧକ୍ଷ ଅଶୋକ ଜେନା ଏକ ପ୍ରେସ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି l