କରେଣ୍ଟ ଲାଗି ୩ ଦଣ୍ଡୁଆ ମୃତ

0

ଓଡ଼ିଆ ନ୍ୟୁଜ୍: ଦଣ୍ଡଯାତ୍ରା ପାଇଁ ଟେଣ୍ଟ୍‌ ବାନ୍ଧୁଥିବା ବେଳେ କରେଣ୍ଟ ଲାଗି ୩ ଦଣ୍ଡୁଆ ମୃତ।ଢେଙ୍କାନାଳ ହିନ୍ଦୋଳ ବାଲିମି ଥାନା ପାଟଲା ଗାଁରେ ଅଭାବନୀୟ ଘଟଣା।ଟେଣ୍ଟ୍‌ର ଷ୍ଟିଲ୍ ବାର୍ ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମୃତ।ଅନୁଗୁଳ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ ଘୋଷଣା। ଆଉ ଜଣେ ଦଣ୍ଡୁଆ ଆହତ ହୋଇଥିବା ସୂଚନା।

ସୂଚନା ଅନୁଯାୟୀ ଟେଣ୍ଟ ବାନ୍ଧିବା ବେଳେ ଘଟିଛି ଏହି ଦୁର୍ଘଟଣା।୧୧ କେଭି ବିଦ୍ୟୁତ୍ ତାର ଲାଗି ୩ ମୃତ, ଦୁଇ ଗୁରୁତର । ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ବାଲିମି ଥାନା ପାଟଲା ଗାଁରେ ଅଘଟଣ। ଷ୍ଟିଲ ବାରରେ ବିଦ୍ୟୁତ୍ ତାର ଲାଗିବାରୁ୫ ଦଣ୍ଡୁଆ ଗୁରୁତର ହୋଇଥିଲେ। ସମସ୍ତଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ମୃତ ଘୋଷଣା କରାଯାଇଛି । ମୃତକଙ୍କ ମଧ୍ୟରୁ ୨ ଜଣ ବିଡ଼ୋ ଗାଁର, ଜଣେ ପାଟଲା ଗାଁର ବୋଲି ଜଣାପଡିଛି ।

Leave A Reply

Your email address will not be published.