ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ୨୦୨୩-୨୪ ବର୍ଷ ପାଇଁ ଅପରିବର୍ତ୍ତିତ ରହିବ ବିଜୁଳି ଦର। ଏନେଇ OERC ପକ୍ଷରୁ ସୂଚନା ଦିଆଯାଇଛି। ପୂର୍ବଭଳି ପ୍ରଥମ 50 ୟୁନିଟ ପାଇଁ 3 ଟଙ୍କା, 50 ରୁ 200 ୟୁନିଟ ପାଇଁ 4 ଟଙ୍କା 80 ପଇସା , 200 ରୁ 400 ୟୁନିଟ ପାଇଁ 5.80 ପଇସା ଏବଂ 400 ରୁ ଅଧିକ ୟୁନିଟ ପାଇଁ 6.20 ପଇସା ରହିଛି। ସେହିପରି ଶୀତଳ ଭଣ୍ଡାର ରେ ଚାଷୀ ଙ୍କ ପାଇଁ ୟୁନିଟ ପିଛା 1 ଟଙ୍କା 60 ପଇସା ରିହାତି ଦିଆଯାଇଛି। ପୂର୍ବରୁ ଏହା 4 ଟଙ୍କା 60 ଥିବା ବେଳେ ଏବେ 3 ଟଙ୍କା ଦେବାକୁ ହେବ।
ସେହିପରି ସାଧାରଣ ଉପଭୋକ୍ତା ଡିଜିଟାଲ ମୋଡ଼ ରେ ପେମେଣ୍ଟ କଲେ 4 ପ୍ରତିଶତ ରିହାତି ମିଳିବ ପୂର୍ବରୁ ଏହା 3 ପ୍ରତିଶତ ମିଳୁଥିଲା । ରେଳବାଇ ରେ ବିକାଶ ଲାଗି ୟୁନିଟ ପିଛା 25 ପଇସା ରିହାତି ଦେବାକୁ ନିଷ୍ପତ୍ତି ନେଇଛନ୍ତି OERC। ଗ୍ରାମାଞ୍ଚଳରେ ଉପଭୋକ୍ତା ଙ୍କୁ ୟୁନିଟ ପିଛା 10 ପଇସା ରିହାତି ଦିଆଯାଇଛି। ଘରୋଇ ଉପଭୋକ୍ତାଙ୍କ ପାଇଁ DPS ଛାଡ଼ କରାଯାଇଛି ବା ପେନଲଟି ପଡିବ ନାହିଁ ବୋଲି କମିଶନ ଶୁଣାଣି କରିଛନ୍ତି। ଲଗାତାର ଦ୍ୱିତୀୟ ବର୍ଷ ପାଇଁ ସାଧାରଣ ଉପଭୋକ୍ତାଙ୍କ ନିମନ୍ତେ ଟାରିଫ ବୃଦ୍ଧି ହୋଇନାହିଁ। କମିଶନ ବିଭିନ୍ନ ବିଦ୍ୟୁତ ବିତରଣ କମ୍ପାନୀ ଙ୍କୁ ନେଇ ଫେବୃଆରୀ 13 ରୁ ମାର୍ଚ୍ଚ 4 ପର୍ଯ୍ୟନ୍ତ ARR ଏବଂ ଟାରିଫ ଶୁଣାଣି କରିଥିଲେ।