ଓଡ଼ିଆ ନ୍ୟୁଜ, ମାଲକାନାଗିରି : ମାଲକାନାଗିରି ଜିଲ୍ଲାର ମାଥିଲି ବ୍ଳକ ଅନ୍ତର୍ଗତ ଓଡିଶା- ଛତିଶଗଡ ସୀମାନ୍ତ ନିରକ୍ଷର ବହୁଳ ତଥା ମାଓବାଦୀ ଇଲାକା ଭାବେ ପରିଚିତ ଚେଡଙ୍ଗ ପଞ୍ଚାୟତ ସଦରରେ ଆଜି ଗ୍ରାମ ସ୍ଥାପନର ପ୍ରାୟ ଅଢେଇଶହ ବର୍ଷପରେ ଆଜି ସ୍ଥାନୀୟ ବିଧାୟକ ପୂର୍ଣ୍ଣଚନ୍ଦ୍ର ବାକା ଙ୍କ ଆର୍ଥିକ ସହାୟତାରେ ଗାଁର ସରକାରୀ ୟୁଜି ହାଇସ୍କୁଲ ପରିସର ସମେତ ମୁଖ୍ଯ ରାସ୍ତାରେ ବିଦ୍ୟୁତ ଯୋଗାଣ ଆରମ୍ଭ ହୋଇଥିବା ଜଣା ପଡିଛି।
ଫଳରେ ଏହି ଗାଁ ଜନସାଧାରଣ ରେ ନାହିଁ ନଥିବା ଆନନ୍ଦ ଲହରୀ ଖେଳି ଯାଇଛି। ବିଶେଷ କରି ଛାତ୍ରଛାତ୍ରୀଙ୍କ ପାଠପଢାରେ ଯେଉଁ ସମସ୍ୟା ଦେଖା ଦେଉଥିଲା ତାହାର ଅନ୍ତ ଘଟିଛି ବୋଲି ପ୍ରଧାନ ଶିକ୍ଷକ ଯିନୁବାସ ସମରଥ ଓ ପି ଏସ୍ ସଦସ୍ଯ ଡମ୍ବୁରୁଧର ପେରମା ମିଳିତ ଭାବେ ସୂଚନା ଦେଇଛନ୍ତି ।ସୂଚନାଯୋଗ୍ଯ ଯେ,
ଏହି ପଞ୍ଚାୟତ ଦୀର୍ଘଦିନ ଧରି ଯାତାୟାତ ସୁବିଧା ନଥିଲା ଏଣୁ ଗ୍ରାମ ବାସୀ ଓ ପ୍ରଧାନ ଶିକ୍ଷକଙ୍କ ପ୍ରଚେଷ୍ଟାରେ ତଳଦିନେ ରାସ୍ତାଘାଟ ର ସୁବିଧା ହେବା ସହିତ ବର୍ତ୍ତମାନ ବିଦ୍ୟୁତ କରଣ ଏହି ଅଞ୍ଚଳର ବିକାଶ ଦିଗରେ ନିଶ୍ଚୟ ସହାୟକ ହେବ ବୋଲି ଗ୍ରାମ ବାସୀ ଆଶାବ୍ୟକ୍ତ କରିଛନ୍ତି ।