ଓଡ଼ିଆ ନ୍ୟୁଜ୍: ଦନ୍ତା ଆକ୍ରମଣରେ ୩ ମୃତ, ୩ ଗୁରୁତର।ସଦର ରେଞ୍ଜ୍ ପାଟପୁରା ଗ୍ରାମ୍ୟ ଜଙ୍ଗଲରେ ଆକ୍ରମଣ।ସ୍ଥାନୀୟ ଲୋଚାପାଲି ଗାଁ ଲୋକେ କାଠ ସଂଗ୍ରହ ବେଳେ ଆକ୍ରମଣ। ୩ ମହିଳା ପ୍ରାଣ ହରାଇଥିଲା ବେଳେ ୩ ଗୁରୁତର ମେଡିକାଲ୍ରେ ଭର୍ତ୍ତି।
ଖବର ଅନୁଯାୟୀ, ୧୦ ରୁ ୧୫ ଜଣ ମହିଳା କାଠ ସଂଗ୍ରହ ପାଇଁ ସଦର ରେଞ୍ଜ ପାଟପୁରୀ ସଂରକ୍ଷିତ ଜଙ୍ଗଲକୁ ଯାଇଥିଲେ । ହେଲେ ଜଙ୍ଗଲରେ ହାତୀ ପଲଙ୍କ ହାବୁଡ଼ରେ ପଡିଯାଇଥିଲେ ସମସ୍ତ ମହିଳା । ଜାଳେଣୀ ସଂଗ୍ରହ ପାଇଁ ଯାଇଥିବା ମହିଳାଙ୍କୁ ହାତୀପଲ ଆକ୍ରମଣ କରିଥିଲେ । ଯେଉଁଥିରେ କିଛି ମହିଳା ଜୀବନ ବିକଳରେ ଦୌଡି ପଳାଇଥିଲେ । ହେଲେ କିଛି ମହିଳା ହାତୀଙ୍କ ହାବୁଡ଼ରେ ପଡିଯାଇଥିଲେ । ଯାହାଫଳରେ କି ହାତୀପଲ ସେମାନଙ୍କୁ ଆକ୍ରମଣ କରିଥିଲେ । ତେବେ ଏହି ହାତୀପଲଙ୍କ ଆକ୍ରମଣରେ ତିନି ଜଣ ମହିଳାଙ୍କର ମୃତ୍ୟୁ ହୋଇଥିବା ଆଉ ତିନି ଜଣ ଗୁରୁତର ହୋଇଛନ୍ତି । ସମସ୍ତ ମୃତାହତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।