କରଞ୍ଜିଆରେ ୩୦ ଟିକିଆ ହାତୀପଲ ଉତ୍ପାତ

0

ଓଡ଼ିଆ ନ୍ୟୁଜ୍: କରଞ୍ଜିଆରେ ପୁଣି ହାତୀ ଉତ୍ପାତ । କିଛି ଦିନ ବ୍ୟବଧାନ ପରେ ପୁଣି ୩୦ ଟିକିଆ ହାତୀପଲ କରଞ୍ଜିଆ ରେଞ୍ଜକୁ ଫେରିଛନ୍ତି । ହାତୀପଲ ପାଇଁ ୩୦ ରୁ ଅଧିକ ଗାଁ ରେ ଲାଗି ରହିଛି ହାତୀ ଆତଙ୍କ । ଗତକାଲି ବିଳମ୍ବିତ ରାତ୍ରରେ କେନ୍ଦୁଝର ଜିଲ୍ଲାର ସାହରପଡା ବ୍ଲକ ଦେଇ ମୟୂରଭଞ୍ଜ ଜିଲ୍ଲାର କରଞ୍ଜିଆ ରେଞ୍ଜରେ ହାତୀପଲ ପ୍ରବେଶ କରିଛନ୍ତି ।ଏବେ ହାତୀପଲ ବଡ଼ ଦେଉଳି ଜଙ୍ଗଲରେ ଥିବାର ସୂଚନା ମିଳିଛି । ୩୦ ଟିକିଆ ହାତୀ ପଲକୁ ସୁରକ୍ଷା ଦେବା ପାଇଁ ବନ ବିଭାଗ କର୍ମଚାରୀ ମୁତୟନ ହେଇଛନ୍ତି ।

Leave A Reply

Your email address will not be published.