ତଳକୁ ଖସିଲେ ଏଲନ ମସ୍କ

0

ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) : ଧନୀ ତାଲିକାରୁ ତଳକୁ ଖସିଲେ ଏଲନ ମସ୍କ। ଫୋର୍ବ୍ସ ୨୦୨୩ର ବିଲେନିୟର୍ସଙ୍କ ତାଲିକା ଜାରି କରିଛି। ଟେସ୍ଲା ଏବଂ ଟ୍ବିଟରର ମୁଖ୍ୟ ଏଲନ ମସ୍କ ସଂପତ୍ତି ହରାଇବାରେ ଦ୍ବିତୀୟ ସ୍ଥାନରେ ଏବଂ ଆମାଜନର ମୁଖ୍ୟ ଜେଫ ବୋଜେସ୍ ପ୍ରଥମ ସ୍ଥାନରେ ରହିଛନ୍ତି।

ଦୁନିଆର ଏକ ନମ୍ବର ଧନୀର ମାନ୍ୟତା ମଧ୍ୟ ହରାଇଛନ୍ତି ଏଲନ ମସ୍କ। ୨୫୦ରୁ ଅଧିକ ବ୍ୟକ୍ତି ଯେଉଁମାନେ ଗତ ବର୍ଷ କୋଟିପତି ତାଲିକାରେ ରହିଥିଲେ, ଏଥର ସେମାନେ ବାଦ୍ ପଡିଛନ୍ତି। କେନ ​ୱେଷ୍ଟ ଏବଂ ଏଫଟିଏକ୍ସର ସଂସ୍ଥାପକ ଫାଉଣ୍ଡର ସାମ ବ୍ୟାଙ୍କମ୍ୟାନ ଫ୍ରାଇଡ ଏଥିରେ ସାମିଲ୍ ହୋଇଛନ୍ତି। ଗୋଟିଏ ଦିନରେ ହିଁ ସାମଙ୍କ ୯୪ ପ୍ରତିଶତ ସଂପତ୍ତି ବୁଡି ଯାଇଛି। ଏଲନ ମସ୍କଙ୍କ ମୋଟ ସମ୍ପତ୍ତି ୧୯୨.୮ ବିଲିୟନ ଡଲାର।ତେବେ ଫୋର୍ବ୍ସ ତାଲିକା ଅନୁଯାୟୀ, ମସ୍କଙ୍କୁ ୧.୪ ବିଲିୟନ ଡଲାର ହରାଇବା ସହ ସେ ଦ୍ବିତୀୟ ସ୍ଥାନରେ ରହିଛନ୍ତି।

ଗତ ବର୍ଷ ତୁଳନାରେ ମସ୍କଙ୍କ ସଂପତ୍ତି ପ୍ରାୟ ୩୯ ବିଲିୟନ ଡଲାର ହ୍ରାସ ପାଇଛି। ଏଲନ ମସ୍କ ଇଲେକ୍ଟ୍ରିକ କାର ନିର୍ମାଣକାରୀ କମ୍ପାନୀ ଟେସ୍ଲା, ରକେଟ୍ ତିଆରି କରୁଥିବା କମ୍ପାନୀ ସ୍ପେସ୍ଏକ୍ସ ଏବଂ ଟନଲିଙ୍ଗ ଷ୍ଟାର୍ଟଅପ୍ ବୋରିଂ କମ୍ପାନୀ ସମେତ ୬ଟି କମ୍ପାନୀର ମାଲିକ ଅଟନ୍ତି। ଫୋର୍ବ୍ସ ମୁତାବକ ଟ୍ବିଟରର ମହଙ୍ଗା ଅଧିଗ୍ରହଣ ଯୋଗୁଁ ଟେସ୍ଲାର ସେୟାର ହ୍ରାସ ଘଟିଛି।

Leave A Reply

Your email address will not be published.