ମୋବାଇଲକୁ ଆସୁଛି ଜରୁରୀକାଳୀନ ସତର୍କତା

0

ଓଡ଼ିଆ ନ୍ୟୁଜ, (ବ୍ୟୁରୋ) ମୋବାଇଲ କୁ ଆସୁଛି ଜରୁରୀକାଳୀନ ସତର୍କତା (Emergency alert) ମେସେଜ । ତେବେ ଏହି ମେସେଜ ଆସିବା ପରେ ଲୋକେ ଭାରି ଚିନ୍ତିତ ହୋଇ ପଡ଼ିଛନ୍ତି । ସାଇବର କ୍ରାଇମ୍ ଯୁଗରେ ଏହା ଲୋକଙ୍କୁ ଟେନସନ ଦେଲାଣି ।

ତେବେ ବିପର୍ଯ୍ୟୟ ବେଳେ ଗୋଟିଏ କ୍ଲିକରେ ସବୁ ନାଗରିକଙ୍କ ପାଖରେ ପହଞ୍ଚିବ ସତର୍କ ସୂଚନା । ସାରାଦେଶର ନାଗରିକ ମାନଙ୍କୁ ସତର୍କ କରାଇବାକୁ ଏକ ବ୍ୟବସ୍ଥା କରାଯାଉଛି। ଏଥିପାଇଁ ଫୋନରେ ବାଜୁଛି ଆଲର୍ମ । ବିପର୍ଯ୍ୟୟ ବେଳେ ଦେଶର ନାଗରିକ ମାନଙ୍କୁ ଆଲର୍ଟ କରିବାକୁ ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ପକ୍ଷରୁ ଏହି ନୂଆ ପଦକ୍ଷେପ ନିଆଯାଇଛି।

ମେସେଜରେ ଲେଖାଯାଇଛି, Emergency alert: Extreme ଏହା ହେଉଛି ଟେଲିକମ୍ ବିଭାଗ, ଭାରତ ସରକାରଙ୍କ ଦ୍ବାରା ସେଲ୍ ବ୍ରୋଡକାଟିଂ ସିଷ୍ଟମ ମାଧ୍ୟମରେ ପଠାଯାଇଥିବା ଏକ ନମୁନା ପରୀକ୍ଷା ବାର୍ତ୍ତା । ଦୟାକରି ଏହି ସନ୍ଦେଶକୁ ଅଣଦେଖା କରନ୍ତୁ, କାରଣ ଏହା ଆପଣଙ୍କ ତରଫରୁ କୌଣସି ପଦକ୍ଷେପ ଆବଶ୍ୟକ କରେ ନାହିଁ । ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧୂକରଣ ଦ୍ବାରା କାର୍ଯ୍ୟକାରୀ ହେଉଥ‌ିବା ଅଲ ଇଣ୍ଡିଆ ଜରୁରୀକାଳୀନ ଆଲର୍ଟ ସିଷ୍ଟମ ପରୀକ୍ଷା କରିବାକୁ ଏହି ବାର୍ତ୍ତା ପଠାଯାଇଛି । ଜନସାଧାରଣଙ୍କ ସୁରକ୍ଷାକୁ ବଢ଼ାଇବାକୁ ଏବଂ ଜରୁରୀକାଳୀନ ସମୟରେ ଠିକ୍ ସମୟରେ ସତର୍କ ସୂଚନା ପ୍ରଦାନ କରିବାକୁ ସିଷ୍ଟମ୍ ଲକ୍ଷ୍ୟ ରଖୁଛି । ଟାଇମଷ୍ଟ୍ରିମ:

25-10-2023 12:13 PM 22

OK

ତେବେ ଏନେଇ ମୋବାଇଲରେ ଆଲାର୍ମ ନେଇ ଟେଲିକମ୍‌ ଡିଜି ସୂଚନା ଦେଇ କହିଛନ୍ତି ଯେ, ବିପର୍ଯ୍ୟୟ ସଂପର୍କୀତ ସୂଚନା ନେଇ ଆଜି ଟେଷ୍ଟ କରାଯାଉଛି । ସୁନାମୀ, ଭୂମିକମ୍ପ, ବଜ୍ରପାତ ସଂପର୍କରେ ଲୋକଙ୍କୁ ଆଲର୍ଟ କରାଯିବ । ଆଜି ୧୧ଟା ପରଠାରୁ ଲୋକଙ୍କ ମୋବାଇଲକୁ ମେସେଜ ଆସୁଛି ।

ଏହା ଟେଷ୍ଟ କରାଯାଉଛି, ଠିକ୍‌ ଭାବେ ମେସେଜ ଆସୁଛି କି ନାହିଁ । ଲୋକଙ୍କୁ ଠିକ୍‌ ଭାବେ ମେସେଜ ପହଞ୍ଚୁଛି କି ନାହିଁ ଟେଷ୍ଟ ହେଉଛି ।ଉଭୟ ଇଂରାଜୀ ଓ ଓଡ଼ିଆରେ ମେସେଜ ପଠାଯାଉଛି । ଲୋକ ତୁରନ୍ତ ମେସେଜ ଦେଖିବା ପାଇଁ ଆଲାର୍ମ ସାଉଣ୍ଡ ଦିଆଯାଉଛି । କିଛି ଭୟଭୀତ ହେବାର ନାହିଁ, ଏହା କେବଳ ଟେଷ୍ଟିଂ ।

Leave A Reply

Your email address will not be published.