ଭାରତ ଭୟରେ POKରେ ଏମର୍ଜେନ୍ସି

0

ଓଡ଼ିଆ ନ୍ୟୁଜ୍: ଭାରତ ସାମରିକ କାର୍ଯ୍ୟାନୁଷ୍ଠାନ ଆଶଙ୍କା ମଧ୍ୟରେ ପାକ୍ ଅଧିକୃତ କାଶ୍ମୀରରେ ଆତଙ୍କ। ଯଦି ପରିସ୍ଥିତି ଆହୁରି ଖରାପ ହୁଏ, ତେବେ ଏହି ଅଞ୍ଚଳରେ ଜରୁରୀକାଳୀନ ପରିସ୍ଥିତି ଲାଗୁ କରାଯାଇପାରେ। ଏହା କହିଛନ୍ତି ପିଓକେ ପ୍ରଧାନମନ୍ତ୍ରୀ ଚୌଧୁରୀ ଅନୱର-ଉଲ-ହକ୍।

ସୁରକ୍ଷା ପରିସ୍ଥିତିକୁ ଦୃଷ୍ଟିରେ ରଖି, ନୀଲମ ଉପତ୍ୟକା ଏବଂ ନିୟନ୍ତ୍ରଣ ରେଖା (LoC) ନିକଟବର୍ତ୍ତୀ ସମ୍ବେଦନଶୀଳ ଅଞ୍ଚଳରେ ପର୍ଯ୍ୟଟକଙ୍କ ପ୍ରବେଶକୁ ନିଷିଦ୍ଧ କରାଯାଇଛି। ସେହିପରି ଧାର୍ମିକ ମଦ୍ରାସାଗୁଡ଼ିକୁ ୧୦ ଦିନ ପାଇଁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଭାରତୀୟ ଆକ୍ରମଣର ସ୍ଥିତିରେ ଖାଦ୍ୟ, ଔଷଧ ଏବଂ ଅନ୍ୟାନ୍ୟ ଜରୁରୀ ସାମଗ୍ରୀ ଯୋଗାଣ ସୁନିଶ୍ଚିତ କରିବା ପାଇଁ ପୂର୍ଣ୍ଣ ପ୍ରସ୍ତୁତି କରାଯାଇଥିବା ପିଓକେ ସରକାର ଦାବି କରିଛନ୍ତି। ଜରୁରୀକାଳୀନ ପାଣ୍ଠିକୁ ଏକ ବିଲିୟନ ଟଙ୍କା ଟ୍ରାନ୍ସଫର କରାଯାଇଛି। ଏହା ସହିତ, ହୋଟେଲ, ଗେଷ୍ଟହାଉସ୍ ଏବଂ ବିବାହ ହଲର ମାଲିକମାନେ ସେମାନଙ୍କର ସମ୍ପତ୍ତି ସେନାକୁ ପ୍ରଦାନ କରିଛନ୍ତି।

Leave A Reply

Your email address will not be published.