ଓଡ଼ିଆ ନ୍ୟୁଜ, (ବ୍ୟୁରୋ): ଓଡ଼ିଶା ପ୍ରଦେଶ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ଅଧ୍ୟକ୍ଷା ଶ୍ରୀମତୀ ଅଞନୀ ସୋରେନ ମାରାଣ୍ଡି ଙ୍କ ସଭାପତିତ୍ବରେ ରାଇରଙ୍ଗପୁର ମୁର୍ମୁ ଛକ ସ୍ଥିତ ଓଡ଼ିଶା ରାଜ୍ୟ କାର୍ଯ୍ୟାଳୟରେ ପ୍ରଦେଶ କମିଟି ର ସମସ୍ତ ସଦସ୍ୟମାନଙ୍କୁ ନେଇ ଏକ ଜରୁରୀକାଳୀନ ବୈଠକ ଅନୁଷ୍ଠିତ ହୋଇଥିଲା। ଗତ ତା ୧୪.୧୧.୨୦୨୩ରିଖ ଓଡ଼ିଶା ସରକାରଙ୍କ ରାଜ୍ୟ କ୍ୟାବିନେଟ ବୈଠକରେ ଆଦିବାସୀ ଜମି କୁ ଅଣ ଆଦିବାସୀ କିଣି ପାରିବେ | ଉଚ ଶିକ୍ଷା ଲାଭ ପାଇଁ ଜମିକୁ ବ୍ୟାଙ୍କ ରେ ବନ୍ଧକ ଦେଇ ପାରିବେ | ସର୍ବ ସାଧାରଣ ଉଦ୍ଧେଶ୍ୟରେ ଆଦିବାସୀ ନିଜ ଜମି କୁ ଉପହାର ଦେଇପାରିବେ ବୋଲି ରାଜ୍ୟ କ୍ୟାବିନେଟ ବୈଠକରେ ମୋହର ଦିଆଯାଇଥିଲା ଯାହାକି Regulation 2 , 1956 କୁ ଉଲ୍ଲଙ୍ଘନ କରୁଅଛି |
ତତସହିତ କେନ୍ଦ୍ର ସରକାରଙ୍କର ଜଙ୍ଗଲ ଅଧିନିୟମ ୨୦୨୩ ମଧ୍ୟ ଆଲୋଚନା କରାଯାଇଥିଲା। ଉଭୟ ରାଜ୍ୟ ଏବଂ କେନ୍ଦ୍ରସରକାର ଆଦିବାସୀ ମାରଣ ନୀତି କୁ ତୀଵ୍ର ବିରୋଧ କରାଯିବ ବୋଲିି ଓଡ଼ିଶା ପ୍ରଦେଶ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ଦଳର ଅଧ୍ୟକ୍ଷା ଶ୍ରୀମତୀ ଅଞନୀ ସୋରେନ ମାରାଣ୍ଡି ଦଳର ପଦାଧିକାରୀ ଦଳୀୟ କାର୍ଯ୍ୟ କର୍ତ୍ତା ମାନଙ୍କୁ ଆହ୍ବାନ ଦେଇଥିଲେ ନିଜ ମାତୃଭୂମି ପାଇଁ ବାବା ତାଲିକା ମାଝୀ , ସିଦ କାହ୍ନୁ, ଚାନ୍ଦ ଭାୟର, ଫୁଲ ଝାନ ଏବଂ ବିର୍ସା ମୁଣ୍ଡା ଙ୍କ ରାସ୍ତା ଆପଣେଇବା ପାଇଁ। ଯଦି ଆଗାମୀ ଦିନରେ ରାଜ୍ୟ ଏବଂ କେନ୍ଦ୍ରସରକାର ଆଦିବାସୀ ମାରଣ ନୀତି ନିୟମ କୁ ଯଦି ପ୍ରତ୍ୟାହାର ନ କରାଯାଏ ତା ହେଲେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ଦଳ ରାଜ୍ୟ ରାସ୍ତାକୁ ଓହ୍ଲାଇବ ପାଇଁ ନିଷ୍ପତ୍ତି ନେଇଛି।
ଏହି ବୈଠକରେ ଓଡିଶା ରାଜ୍ୟ ସାଧାରଣ ସଂପାଦକଙ୍କ ଦୁବରାଜ ନାଗ, ରାଜ୍ୟ କୋଷାଧ୍ୟକ୍ଷ ରଣଜିତ ସିଂ, କେନ୍ଦ୍ରୀୟ କମିଟି ସଦସ୍ୟ ସାଲୁ କିସ୍କୁ, ପବନ କୁମାର, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଦାରା ସିଂ ମୁଣ୍ଡା, ରାମଚନ୍ଦ୍ର ହେମ୍ବ୍ରମ,ପଦ୍ମ ଲୋଚନ ଟୁଡୁ, ପୂର୍ବ ସିଂହଭୂମି ସଭାପତି ସାଗେନ ପୂର୍ତ୍ତି , ପଶ୍ଚିମ ମୟୂରଭଞ୍ଜ ସଭାପତି ସୁନୀଲ ମାଝୀ, ସମ୍ପାଦକ ଘନଶ୍ୟାମ ପିଙ୍ଗୁଆ, ଜିଲ୍ଲା ପ୍ରବକ୍ତା ସୋନ୍ତଷ କୁମାର ମୁର୍ମୁ ଏବଂ ଦଳର ସକ୍ରିୟ କାର୍ଯ୍ୟ କର୍ତ୍ତା ଉପସ୍ଥିତ ଥିଲେ।