ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଉତ୍ତର ପ୍ରଦେଶର ନାଗରୀ ପ୍ରଚାରିଣୀ ସଭା, ଦେବରିଆ ହିନ୍ଦୀ ଦିବସ ଅବସରରେ ହିନ୍ଦୀର ବିଶିଷ୍ଟ ବିଦ୍ୱାନ ମାନଙ୍କୁ ସମ୍ମାନିତ କରିଛି। ୧୯୧୫ ମସିହାରେ ରେ ସ୍ଥାପିତ ଏହି ସଂସ୍ଥା ପ୍ରତିବର୍ଷ ହିନ୍ଦୀ ଭାଷା ଓ ସାହିତ୍ୟ ରେ ଉଲ୍ଲେଖନୀୟ ଅବଦାନ ପାଇଁ ଭାରତ ତଥା ବିଶ୍ବର ବିଭିନ୍ନ ହିନ୍ଦୀ ବିଦ୍ୱାନ ମାନଙ୍କୁ ସମ୍ମାନିତ କରିଥାଏ। ପ୍ରତିବର୍ଷ ସଂସ୍ଥା “ନାଗରୀ ରତ୍ନ”, “ନାଗରୀ ଭୂଷଣ” ଓ “ନାଗରୀ ଶ୍ରୀ” ସମ୍ମାନ ପ୍ରଦାନ କରେ। ଏହି କ୍ରମରେ ରେ ଚଳିତ ବର୍ଷ ନାଗରୀ ପ୍ରଚାରିଣୀ ସଭା, ଦେବରିଆ ଓଡ଼ିଶା ର ବିଶିଷ୍ଟ ହିନ୍ଦୀ ବିଦ୍ୱାନ, ଗବେଷକ ଓ ଅନୁବାଦକ ଡକ୍ଟର ଅମୂଲ୍ୟ ରତ୍ନ ମହାନ୍ତି ଙ୍କୁ “ନାଗରୀ ରତ୍ନ” ସମ୍ମାନ ରେ ସମ୍ମାନିତ କରିଛି।

ସମ୍ମାନ ସ୍ବରୂପ ଡଃ ମହାନ୍ତି ଙ୍କୁ ସଭା ତରଫରୁ ଅଙ୍ଗବସ୍ତ୍ର, ତାମ୍ର ଫଳକ, ମା’ ସରସ୍ଵତୀ ଙ୍କ ପ୍ରତିମା ଓ ଅର୍ଥ ରାଶି ପ୍ରଦାନ କରାଯାଇଛି। ଓଡ଼ିଶା ରେ ଜଣେ ଉଦୀୟମାନ ହିନ୍ଦୀ ବିଦ୍ୱାନ ରୂପେ ଡଃ ମହାନ୍ତି ଙ୍କର ବେଶ ଖ୍ୟାତି ରହିଛି। ସେ ହିନ୍ଦୀ ରେ ଅନେକ ମୌଳିକ ପୁସ୍ତକ ରଚନା କରିବା ସହିତ ଅନେକ ଓଡ଼ିଆ ପୁସ୍ତକ ର ହିନ୍ଦୀ ଅନୁବାଦ ମଧ୍ୟ କରିଛନ୍ତି। କେବଳ ସେତିକି ନୁହେଁ, ସେ ଅନେକ ହିନ୍ଦୀ ପୁସ୍ତକ ର ଓଡ଼ିଆ ଅନୁବାଦ କରି ଉତ୍କଳ ଭାରତୀ ର ବାଣୀ ଭଣ୍ଡାର କୁ ସମୃଦ୍ଧ କରିଛନ୍ତି। କଟକ ଜିଲ୍ଲା ର ଖଣ୍ଡସାହି ଗ୍ରାମରେ ଜନ୍ମିତ ଡକ୍ଟର ମହାନ୍ତି ସଂପ୍ରତି ଦେବୀ କନ୍ଦଳ ନିତ୍ୟାନନ୍ଦ ମହାବିଦ୍ୟାଳୟ, ଏରଂଚ ରେ ହିନ୍ଦୀ ବିଭାଗ ର ବିଭାଗୀୟ ମୁଖ୍ୟ ରୂପେ କାର୍ଯ୍ୟ କରୁଛନ୍ତି।