ଓଡିଆ ନ୍ୟୁଜ୍ (ବ୍ୟୁରୋ): ସୁସାହିତ୍ୟିକ ଡ. ହରପ୍ରସାଦ ପରିଚ୍ଛା ପଟ୍ଟନାୟକଙ୍କ ଦେହାନ୍ତ ।୫୦ ଦିନର ହେବ ଅସୁସ୍ଥ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ ଡ. ହରପ୍ରସାଦ। ଶେଷରେ । ୬୯ ବର୍ଷ ବୟସରେ ଆଖି ବୁଜିଛନ୍ତି ଡ. ହରପ୍ରସାଦ ପରିଚ୍ଛା ପଟ୍ଟନାୟକ । ସାହିତ୍ୟ ସାଧନା ସହ ସାମ୍ବାଦିକ ଓ ଶିକ୍ଷାବିତ ଭାବେ ସେ ଖ୍ୟାତି ଅର୍ଜନ କରିଥିଲେ। ଡାକ୍ତରଖାନାରୁ ତାଙ୍କ ମରଶରୀରକୁ ଭୁବନେଶ୍ୱରସ୍ଥିତ ବାସଭବନକୁ ନିଆଯାଇଛି। ସେଠାରେ ଶେଷଦର୍ଶନ ପରେ ଅନ୍ତେଷ୍ଟି ପାଇଁ ପୁରୀ ନିଆଯିବ। ସ୍ୱର୍ଗଦ୍ୱାରରେ ତାଙ୍କରେ ଶେଷକୃତ୍ୟ ହେବ।
ଆଜି ଦିନ ୩ ଟା ସମୟରେ ତାଙ୍କର ମୃତ୍ୟୁ ଘଟିଛି । ସେ ଜଣେ ସୁସାହିତିକ ,ସାମ୍ବାଦିକ ଓ ଲେଖକ ଥିଲେ । ତାଙ୍କର ମୃତୁ ସମାଜ ପାଇଁ ଏକ ବଡ଼ ଅପୁରଣୀୟ କ୍ଷତି ବୋଲି କହିଛନ୍ତି ବିଶିଷ୍ଟ ବ୍ୟକ୍ତି ବିଶେଷ ।
ଏହା ସହ ତାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ଗଣେଶୀ ଲାଲ୍ ଗଭୀର ଶୋକ ବ୍ୟକ୍ତ କରିବା ସହ ଅମର ଆତ୍ମାର ସଦଗତି କାମନା କରିଛନ୍ତି। ଏହାସହ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି ।