ଓଡ଼ିଆ ନ୍ୟୁଜ୍: ସୁକୁମାରେ ଏନକାଉଣ୍ଟରରେ ୩ ମାଓବାଦୀ ନିହତ।ଚିନ୍ତାଗୁଫା ଜଙ୍ଗଲରେ ପୋଲିସ- ମାଓବାଦୀ ଗୁଳି ବିନିମୟ।ସୁରକ୍ଷାବାହିନୀଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି। ଚିନ୍ତାଗୁଫା ଜଙ୍ଗଲରେ ପୋଲିସ-ମାଓବାଦୀ ଗୁଳି ବିନିମୟ । ସୁରକ୍ଷାକର୍ମୀଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି । ମୃତକଙ୍କ ମଧ୍ୟରେ ହାର୍ଡକୋର ମାଓବାଦୀ ଥିବା ନେଇ ସୂଚନା ମିଳିଥିବା ବେଳେ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ ହୋଇଛି । ସର୍ଚ୍ଚ ଅପରେସନ୍ ଜାରି ରହିଛି। ସୂଚନା ଅନୁଯାୟୀ, ଛତିଶଗଡ଼ ଚିନ୍ତାଗୁମ୍ଫା ଜଙ୍ଗଲରେ ମାଓବାଦୀମାନେ ମେଳି କରୁଥିଲେ ସୂଚନା ମିଳିଥିଲା। ଯାହା ସଂପର୍କରେ ଗୁଇନ୍ଦା ସୂଚନା ପାଇଥିଲା ସୁରକ୍ଷାକର୍ମୀ
ଏହାପରେ ସୁରକ୍ଷାକର୍ମୀ, ଡିଆର୍ଜି, ସିଆର୍ପିଏଫ୍ ଯବାନଙ୍କ ପକ୍ଷରୁ ଆରମ୍ଭ ହୋଇଥିଲା ଅପେରସେନ । ସୁରକ୍ଷାକର୍ମୀ ପୂରା ଅଞ୍ଚଳକୁ ଘେରିଥିବା ଦେଖି ମାଓବାଦୀମାନେ ଗୁଳିଚାଳନା କରିଥିଲେ । ପ୍ରାୟ ଦୁଇ ଘଣ୍ଟାରୁ ଅଧିକ ସମୟ ଧରି ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଜାରି ହୋଇଥିଲା ।