୪୮ ଘଣ୍ଟା ଅପରେସନରେ ୬ ଜଣ ଆତଙ୍କୀ ନିପାତ

0

ଓଡ଼ିଆ ନ୍ୟୁଜ୍: ଜମ୍ମୁକାଶ୍ମୀରରେ ସେନାକୁ ବଡ଼ ସଫଳତା । ଲଗାତାର ୪୮ ଘଣ୍ଟା ଅପରେସନରେ ୬ ଜଣ ଆତଙ୍କୀଙ୍କୁ ନିପାତ କରିଛି ସେନା । ଏନେଇ ଆଜି ସେନା ଏବଂ ଜମ୍ମୁ କାଶ୍ମୀର ପୁଲିସ ପକ୍ଷରୁ ମିଳିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି ।

ଜମ୍ମୁ କାଶ୍ମୀର ସୋଫିଆନ ଅଞ୍ଚଳରେ ୪୮ ଘଣ୍ଟା ଭିତରେ ଦୁଇଟି ସଫଳ ଅପରେସନ ହୋଇଥିବା ନେଇ କାଶ୍ମୀର ଆଇଜି ଭିକେ ବିରଡି କହିଛନ୍ତି । କେରାନ ଏବଂ ତ୍ରାଲ ଅଞ୍ଚଳରେ ଦୁଇଟି ଅପରେସନରେ ୬ ଆତଙ୍କୀଙ୍କୁ ନିପାତ କରିଛି ସେନା । ପୂରା ଆତଙ୍କବାଦୀଙ୍କୁ ସଫା କରିବାକୁ ସେନା ପ୍ରତିଶ୍ରୁତିବଦ୍ଧ ବୋଲି କହିଛନ୍ତି କାଶ୍ମୀର ଆଇଜି।

Leave A Reply

Your email address will not be published.