ନେଦରଲ୍ୟାଣ୍ଡକୁ ଧୋଇଲା ଇଂଲଣ୍ଡ

0

ଓଡ଼ିଆ ନ୍ୟୁଜ, (ବ୍ୟୁରୋ):  ଶେଷରେ ଇଂଲଣ୍ଡକୁ ମିଳିଲା ବିଜୟ । ଚଳିତ ବିଶ୍ୱକପରେ ଇଂଲଣ୍ଡ ୮ଟି ମ୍ୟାଚରୁ ୨ଟି ବିଜୟ ଓ ୬ଟି ପରାଜୟ ସହ ୪ ପଏଂଟ ତାଲିକାର ୭ମ ସ୍ଥାନରେ ରହିଛି । ଦଶମ ସ୍ଥାନରେ ଥିବା ନେଦରଲ୍ୟାଣ୍ଡସ ଓ ଇଂଲଣ୍ଡ ସେମି ଫାଇନାଲ ଦୌଡରୁ ବାଦ୍ ପଡିଛନ୍ତି । ବୁଧବାର ପୁଣେର ଏମସିଏ ଷ୍ଟାଡିଅମରେ ଖେଳାଯାଇ ଥିବା ବିଶ୍ୱକପରେ ୪୦ତମ ମ୍ୟାଚରେ ଇଂଲଣ୍ଡ ନେଦରଲ୍ୟାଣ୍ଡସକୁ ୧୬୦ ରନରେ ହରାଇଛନ୍ତି । ଟସ୍ ଜିତି ବ୍ୟାଟିଂ ନିଷ୍ପତି ନେଇଥିଲା ଇଂଲଣ୍ଡ ।

ବେନ ଷ୍ଟୋକ୍ସଙ୍କ ଧୂଆଁ ଧାର ଶତକ, ଡେୱିଡ୍ ମଲାନ ଓ କ୍ରିସ ୱକସଙ୍କ ଅର୍ଦ୍ଧଶତକ ବଳରେ ନିର୍ଦ୍ଧାରିତ ୫୦ ଓଭରରେ ୯ ୱିକେଟ୍ ହରାଇ ୩୩୯ ରନର ବିଶାଳ ସ୍କୋର କରିଥିଲା । ଷ୍ଟୋକ୍ସ ୮୪ଟି ବଲରୁ ୬ଟି ଲେଖାଏଁ ଚୌକା ଓ ଛକା ବଳରେ ୧୦୮ ରନ୍ କରିଥିଲେ । ମଲାନ ୭୪ଟି ବଲରୁ ୧୦ଟି ଚୌକା ଓ ୨ଟି ଛକା ସହ ୮୭ ରବ କରିଥିଲେ । କ୍ରିସୱକ୍ସ ୪୫ଟି ବଲରୁ ୫ଟି ଚୌକା ଓ ଗୋଟିଏ ଛକା ସହ ୫୧ ରନ ଏବଂ ଜୋରୁଟ ୨୮ ଓ ୧୫ ରନ୍ କରିଥିଲେ । ନେଦରଲ୍ୟାଣ୍ଡସ ପକ୍ଷରୁ ବାସ୍ ଡି ଲିଡେ ୩ଟି, ଆର୍ଯ୍ୟନ ଦତ ଓ ଲୋଗାନ ଭାନ୍ ବୀକ୍ ୨ଟି ଲେଖାଏଁ ଏବଂ ପଲ୍ ଭାନ୍ ମୀକରେନ ଗୋଟିଏ ୱିକେଟ ନେଇଥିଲେ । ଜବାବରେ ନେଦରଲ୍ୟାଣ୍ଡସ ନିୟମିତ ବ୍ୟବଧାନରେ ୱିକେଟ୍ ହରାଇବାକୁ ୩୭ ଓଭର ଓ ଦୁଇଟି ବଲରେ ୧୭୯ ରନରେ ଅଲଆଉଟ ହୋଇଥିଲେ । ଏବଂ ୧୬୦ ରନରେ ମ୍ୟାଚ ହାରିଥିଲା ।

ତେଜା ନିଦାମାନୁରୁ ୪୧ ରନ, ସ୍କଟ ଏଡୱାର୍ଟସ ୩୮, ୱେସଲି ବାରେସି ୩୭ ଏବଂ ସାଇବ୍ରାଣ୍ଡ ଏଞ୍ଜେଲବ୍ରେଗଂଟ ୩୩ରନ କରିଥିଲେ । ଇଂଲଣ୍ଡ ପକ୍ଷରୁ ମୋଇନ ଅଲୀ ଓ ଆଦିଲ ରଶିଦ ୩ଟି ଲେଖାଏଁ, ଡେଭିଡ ୱିଲି ୨ଟି ଏବଂ ୱକସ ଗୋଟିଏ ୱିକେଟ୍ ନେଇଥିଲେ । ଫଳରେ ନୁ୍ୟଜିଲାଣ୍ଡ ୩୭ ଓଭର ଓ ଦୁଇଟି ବଲରେ ୧୭୯ ରନ କରି ଅଲଆଉଟ୍ ହୋଇଥିଲା । ଫଳରେ ୧୬୦ ରନରେ ମ୍ୟାଚ ହାରିଥିଲା ନେଦରଲ୍ୟାଣ୍ଡସ । ବେନ ଷ୍ଟୋକ୍ସଙ୍କୁ ପ୍ଲେୟର ଅଫ୍ ଦ ମ୍ୟାଚ ବିବେଚିତ କରାଯାଇଥିଲା ।

Leave A Reply

Your email address will not be published.