ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଆଗାମୀ ଲୋକସଭା ଓ ବିଧାନସଭା ନିର୍ବାଚନ ପରିଚାଳନା ନିମନ୍ତେ ଆଜି ସଂଧ୍ୟାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜିଲ୍ଲାପାଳ ସୋମେଶ ଉପାଧ୍ୟାୟଙ୍କ ଅଧ୍ୟକ୍ଷତାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା।ଦେବଗଡ ଜିଲ୍ଲାରେ ୨ଲକ୍ଷ ୫୧ ହଜାର ୩୯୪ ଭୋଟର ରହିଛନ୍ତି। ନିର୍ବାଚନ ନିମନ୍ତେ ଯାଂଚ କରିବା ପାଇଁ ଫ୍ଲାଇଙ୍ଗିଂ ସ୍କ୍ବାର୍ଡ ଓ ସ୍ବତନ୍ତ୍ର ଟିମ ଗଠନ କରାଯାଇ ବିଭିନ୍ନ ସ୍ଥାନରେ ଯାଂଚ କରାଯାଉଛି।
ଜିଲ୍ଲାରେ ୩୦ଟି ବୁଥରେ ମୋବାଇଇ ସେବାର ସୁବିଧା ନଥିବା ଯୋଗଁୁ ସେମାନଙ୍କ ସହିତ ଯୋଗାଯୋଗ କରିବା ପାଇଁ ଜିଲ୍ଲାପ୍ରଶାସନ ପକ୍ଷରୁ ସେହି ବୁଥରେ ଭିଏଚଏଫ ବ୍ୟବସ୍ଥା କରାଯାଇଛି। ଜିଲ୍ଲାରେ ସମୁଦାୟ ୩୩୮ଟି ବୁଥ ରହିଥିବାବେଳେ ୨୦୩ଟି ବୁଥରେ ସିସି କ୍ୟାମେରା, ୪୮ଟି ମଡେଲ ବୁଥ.୪୦ଟି ସଖୀ ବୁଥ ଓ ୮୦ଟି ସମ୍ବେଦନଶୀଳ ବୁଥ ରହିଛି।ନିର୍ବାଚନ ନିମନ୍ତେ ୨୨୫୬ ଜଣ ପ୍ରିଜାଇଡିଂ ଅଫିସରଓପୋଲିଂ ଅଧିକାରୀ ନିୟୋଜିତ ଥିବାବେଳେ ୭୧ଜଣ ମାଇକ୍ରୋ ପର୍ଯ୍ୟବେକ୍ଷକ ଓ ୪୧ଜଣ ସେକ୍ଟର ଅଫିସରଙ୍କୁ ନିଯୁକ୍ତ କରାଯାଇଛି।ବରିଷ୍ଠ ନାଗରିକ ଓ ଭିନ୍ନକ୍ଷମ ଭୋଟରମାନଙ୍କ ପାଇଁ ସେମାନଙ୍କର ଘରକୁ ଯାଇ ଅଧିକାରୀମାନେ ମତଦାନ ନିମନ୍ତେ ଜିଲ୍ଲାପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଥିବାବେଳେ ବର୍ତ୍ତମାନ ସୁଦ୍ଧା ୪୪୮ଜଣବରିଷ୍ଠ ନାଗରିକଓ ଭିନ୍ନକ୍ଷମ ଭୋଟର ମତଦାନ କରିସାରିଛନ୍ତି।
ନିର୍ବାଚନ ପାଇଁ ଜିଲ୍ଲାପ୍ରଶାସନ ପକ୍ଷରୁ କଣ୍ଟ୍ରୋଲ ରୁମ ଖୋଲାଯାଇଥିବାବେଳେନିର୍ବାଚନକୁ ସ୍ଵଚ୍ଛ, ଅବାଧ ଓ ଶାନ୍ତିପୂର୍ଣ୍ଣ ଭାବେ ପରିଚାଳନା କରିବା ପାଇଁ ଜିଲ୍ଲାବାସୀମାନେ ସହଯୋଗ କରିବା ପାଇଁ ଜିଲ୍ଲାପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି।ଆସନ୍ତା ୨୫ ତାରିଖ ଦିନ ସକାଳ ୭ ଘଟିକାରୁ ସଂଧ୍ୟା ୫ଟା ପର୍ଯ୍ୟନ୍ତ ଜିଲ୍ଲାରେ ଭୋଟରମାନେ ବୁଥରେ ମତଦାନ କରିବା ସହିତଜୁନ ୬ରେ ଭୋଟ ଗଣତି ହେବ ବୋଲି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲାପାଳ ଶ୍ରୀ ଉପାଧ୍ୟାୟ ସୂଚନା ଦେଇଥିଲେ।ନିର୍ବାଚନ ପରିଚାଳନା ନିମନ୍ତେ ଜିଲ୍ଲାପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଥିବା ଜିଲ୍ଲାପାଳ ଶ୍ରୀ ଉପାଧ୍ୟାୟ ପ୍ରକାଶ କରିଥିଲେ।ସାମ୍ବାଦିକ ସମ୍ମିଳନୀରେ ଡିଆଇପିଆରଓ ମନୋରଞ୍ଜନ ସୂତାର ଉପସ୍ଥିତ ଥିଲେ।