ଓଡିଆ ନ୍ୟୁଜ (ବ୍ୟୁରୋ) : ପୂର୍ବତନ ମନ୍ତ୍ରୀ ନବ କିଶୋର ଦାସ ହତ୍ୟା ମାମଲାରେ କ୍ରାଇବବ୍ରାଞ୍ଚ ତଦନ୍ତ ଜାରି ରହିଛି । ଏହାରି ଭିତରେ ଏକ ନୂଆ ତଥ୍ୟ ସାମ୍ନାକୁ ଆସିଛି। ନବଙ୍କୁ ଗୁଳିମାଡ଼ ପରେ ଝାରସୁଗୁଡ଼ା ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି ବେଳର ଓପିଡି ଟିକେଟ୍ ହସ୍ତଗତ ହୋଇଛି। ନବଙ୍କୁ ପ୍ରଥମେ ଜିଲ୍ଲା ହସ୍ପିଟାଲକୁ ନେବାପରେ ସେଠାରେ କଦଣ ସବୁ ପ୍ରାଥମିକ ଚିକିତ୍ସା କରାଯାଇଥିଲା? କଦଣ ସବୁ ପରୀକ୍ଷା କରାଯାଇଥିଲା? ତାଙ୍କର ହାର୍ଟବିଟ୍ କେତେ ଥିଲା, ଅକ୍ସିଜେନ୍ ଲେବୁଲ କଦଣ ଥିଲା ଏସବୁ କିଛି ବି ଓପିଡି ଟିକେଟ୍ରେ ଉଲ୍ଲେଖ କରାଯାଇନାହିଁ। କେବଳ ଗୁଳିମାଡ଼ରେ ଆହତ ହୋଇ ଭର୍ତ୍ତି ହୋଇଥିବା କଥା ଉଲ୍ଲେଖ ହୋଇଛି। ଏହାପରେ ତାଙ୍କୁ ଅଧିକ ଚିକିତ୍ସା ଲାଗି ଉନ୍ନତ ବ୍ୟବସ୍ଥା ଥିବା ହସ୍ପିଟାଲକୁ ସ୍ଥାନାନ୍ତର ପାଇଁ ରେଫର କରାଯାଇଛି। ଯାହାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। ଜିଲ୍ଲା ହସପିଟାଲରେ ନବଙ୍କର ଚିକିତ୍ସା କରାଯାଇଥିଲା ନା ସେତେବେଳକୁ ତାଙ୍କର ମୃତ୍ୟୁ ହୋଇଥିଲା ଓପିଡି ଟିକେଟ ସାମ୍ନାକୁ ଆସିବା ପରେ ସାଧାରଣ ଜନତାଙ୍କ ମଧ୍ୟର ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ନବ ଦାସଙ୍କୁ ଝାରସୁଗୁଡ଼ାରୁ ଯେଉଁ ଅବସ୍ଥାରେ ଭୁବନେଶ୍ୱରକୁ ଏୟାରଲିଫ୍ଟ କରାଯାଇଥିଲା। ଏସବୁର ପାରିପାର୍ଶ୍ୱିକ ସ୍ଥିତିକୁ ନେଇ ବିରୋଧୀ ଅଭିଯୋଗ କରି ଆସୁଛନ୍ତି ଯେ, ତାଙ୍କର ଝାରସୁଗୁଡ଼ାରେ ହିଁ ମୃତ୍ୟୁ ହୋଇଥିଲା। କେବଳ ନବଙ୍କ ମୃତଦେହକୁ ଏଠାକୁ ଅଣାଯାଇଥିଲା। ଏବେ ଓପିଡି ଟିକେଟ୍ ଆସିବା ପରେ ବିରୋଧୀଙ୍କ ସନ୍ଦେହ ଆହୁରି ଦୃଢୀଭୂତ ହୋଇଛି।
Comments are closed.