ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ବରଗଡ଼ ଜିଲ୍ଲା ଅନ୍ତର୍ଗତ ଭଟିଲି ବିଧାନସଭାର ପୂର୍ବତନ ବିଧାୟକ କୁମର ବେହେରାଙ୍କ ପରଲୋକ ହୋଇଯାଇଛି । ଆଜି ସକାଳ ୫ଟା ସମୟରେ ତାଙ୍କ ଅତାବିରା ବାସଭବନରେ ପରଲୋକ ହୋଇଯାଇଛି। ମୁତ୍ୟୁ ବେଳକୁ ତାଙ୍କୁ ୮୦ ବର୍ଷ ହେଉଥିଲା। ୧୯୯୦ରେ ସେ ଭଟଲି ନିର୍ବାଚନ ମଣ୍ଡଳୀର ବିଧାୟକ ଥିଲେ । ସେ ଜନତା ଦଳରୁ ଟିକଟ ପାଇ ନିର୍ବାଚନ ଲଢ଼ି ବିଜୟ ହୋଇଥିଲେ ଏବଂ ୧୯୯୦ରୁ ୧୯୯୫ ପର୍ଯ୍ୟନ୍ତ ବିଧାୟକ ରହିଥିଲେ । ମାତ୍ର ଅନେକ ଦିନହେଲା ପ୍ରତ୍ୟକ୍ଷ ରାଜନୀତିରେ ରହିନଥିଲେ ।
ଗତ କିଛିଦିନ ହେଲା ସେ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡ଼ିତ ଥିବାବେଳେ ବୁର୍ଲା ର ଏକ ଘରୋଇ ଚିକିତ୍ସାଳୟ ରେ ଚିକିତ୍ସିତ ହେଉଥିଲେ । ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବାପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ଏଠାରେ ସୂଚନାଯୋଗ୍ୟ ଯେ ଶ୍ରୀ ବେହେରା ୨୦୧୭ ରେ ବିଜେପିରେ ଯୋଗଦାନ କରିଥିଲେ । ତାଂକର ପରିବାର ରେ ୩ଟି ପୁଅ ଓ ଗୋଟିଏ ଝିଅ ଅଛନ୍ତି । ତାଂକର ଅନ୍ତିମ ସଂସାର ନିଜ ଜନ୍ମ ମାଟି ଗାଁ ଅତାବିରା ବ୍ଲକ ହିର୍ଲୀପାଲିରେ କରାଯିବ ବୋଲି ସୂଚନା ମିଳିଛି।