ମିଳିଲା ଲୁଟ ହୋଇଥିବା ବିସ୍ଫୋରକ

0

ଓଡ଼ିଆ ନ୍ୟୁଜ୍: ସୁନ୍ଦରଗଡ଼ ବାଙ୍କୋ ଅଞ୍ଚଳରୁ ଲୁଟ୍ ହୋଇଥିବା ବିସ୍ଫୋରକ ଜବତ ହୋଇଛି । ମାଓବାଦୀ ହିଁ ନେଇଥିଲେ ବିସ୍ଫୋରକ । ୪ ଦିନ ପରେ ସରଣ୍ଡା ଜଙ୍ଗଲରୁ ମିଳିଛି ଲୁଟ୍‌ ବିସ୍ଫୋରକର ପ୍ରାୟ ୭୦ ପ୍ରତିଶତ । ତିରଲପୋଷି ଜଙ୍ଗଲରେ ମାଓବାଦୀଙ୍କ ସହ ଗୁଳିବିନିମୟ ଜାରି ରହିଛି । IED ବିସ୍ଫୋରଣରେ ଜଣେ ଯବାନ ଗୁରୁତର ହୋଇଥିବା ବେଳେ ତାଙ୍କୁ ରାଞ୍ଚି ଏୟାର ଲିଫ୍ଟ କରାଯାଇଛି । ସୁନ୍ଦରଗଡ଼ କେ.ବଲାଙ୍ଗ ଥାନା ବାଙ୍କୋ ପଥର ଖଣିରୁ ୨୦୦ ପେଟି ବିସ୍ଫୋରକ ଲୁଟ୍ ହୋଇଥିଲା ।

ଗତ ୨୭ ତାରିଖରେ ପଥର ଖଣି ପାଇଁ ଏକ ମିନି ଟ୍ରକରେ ୪ ଟନ୍ ବିସ୍ଫୋରକ ନିଆଯାଉଥିବା ବେଳେ ସୁନ୍ଦରଗଡ଼ କେ.ବଲାଙ୍ଗ ଥାନା ବାଙ୍କୋ ନିକଟରେ ଏହି ବିସ୍ଫୋରକକୁ ଲୁଟି ନେଇଥିଲେ ୩୦ରୁ ୪୦ଜଣ ବନ୍ଧୁକଧାରୀ । ଏହା କେବଳ ମାଓବାଦୀଙ୍କ କାମ ହୋଇପାରେ ବୋଲି ଅନୁମାନ କରାଯାଉଥିଲା । ଟ୍ରକ୍‌ ଚାଳକର ପତ୍ତା ମିଳିବା ପରେ ଗଲା ୩ ଦିନ ହେଲା ଝାଡଖଣ୍ଡ ସହ ଓଡ଼ିଶା ସୁରକ୍ଷାକର୍ମୀ ସର୍ଚ୍ଚ ଅପରେସନ ଚଳାଇଥିଲେ । ସରଣ୍ଡା ଜଙ୍ଗଲରେ ଦୁଇଟି CISF ଟିମ୍‌ ସହ ଓଡ଼ିଶା ପୋଲିସର ଦୁଇଟି ଡଗ୍ ସ୍କ୍ବାଡ୍ ସହ ସାଇଣ୍ଟିଫିକ୍ ଟିମ୍‌ ସରଣ୍ଡା ଜଙ୍ଗଲରେ ଛାନଭିନ୍‌ କରିଥିଲେ । ରାଉରକେଲା ଆଡିସନାଲ ଏସ୍‌ପିଙ୍କ ନେତୃତ୍ବରେ ଗଠିତ SIT ମଧ୍ୟ ଘଟଣାର ଯାଞ୍ଚ ଚଳାଇଥିଲେ । ତେବେ ଓଡ଼ିଶା ସୀମାନ୍ତ ଝାଡ଼ଖଣ୍ଡ ସରଣ୍ଡା ଜଙ୍ଗଲ ତିରଲପୋଷି ଜଙ୍ଗଲରେ ସର୍ଚ୍ଚ ଅପରେସନ ବେଳେ ଲୁଟ୍‌ ବିସ୍ଫୋରକ ମିଳିଥିବା ବେଳେ ସେଠାରେ ଲୁଚି ରହିଥିବା ମାଓବାଦୀଙ୍କ ସହ ସୁରକ୍ଷାକର୍ମୀଙ୍କ ଗୁଳି ବିନିମୟ ଜାରି ରହିଛି ।

 

 

Leave A Reply

Your email address will not be published.