ଜବରଦଖଲ ଉଚ୍ଛେଦ,ଉତ୍ତେଜନାକୁ ନେଇ ଫୋର୍ସ ମୁତୟନ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ବାସୁଦେବପୁର ତହସିଲ ଅଧିନ ବରଣ୍ଡୁଆ ପଞ୍ଚାୟତର ବେତଡା ବଜାର, କିଆପଡା ଛକ ଓ ଚଉରାଛକ ଠାରେ ଆଜି ଜରଦଖଲ ଉଚ୍ଛେଦ ପକ୍ରୀୟା ଆରମ୍ଭ ହୋଇଛି । ଏହି ଉଚ୍ଛେଦକୁ ନେଇ ଚାପା ଉତ୍ତେଜନା ଦେଖାଦେଇଥିଲା ।

ଯାହାକୁ ନଜରକୁ ନେଇ ତହସିଲଦାର ସୈାଭାଗ୍ୟରଞ୍ଜନ ପଣ୍ଡାଙ୍କ ଆଦେଶକ୍ରମେ ପୋଲିସ ଫୋର୍ସର୍ ମୁତୟନ କରାଯାଇ ଉଚ୍ଛେଦ ପକ୍ରୀୟାକୁ ଆରମ୍ଭ କରାଯାଇଛି । ଆଜି ସକାଳ ୧୦ଟା ୩୦ମିନିଟ ଠାରୁ ଏହି ଉଚ୍ଛେଦ କାର୍ଯ୍ୟ ଚାଲୁରହିଥିଲା । ବରିଷ୍ଠ ସହାୟକ ରବିନ୍ଦ୍ର କୁମାର ଦତ୍ତଙ୍କ ସମେତ ପାଖାପାଖି ଛଅଜଣ ରାଜସ୍ୱ ନିରୀକ୍ଷକ, ଅମିନ ଓ ସୁପରଭାଜରମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

ଆଜିର ଉଚ୍ଛେଦ କାର୍ଯ୍ୟ ସମାପନ ପରେ ସେହି ସ୍ଥାନମାନଙ୍କରେ ଲକ୍ଷ୍ମୀବସ ଷ୍ଟପ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯିବ ବୋଲି ତହସିଲଦାର ଶ୍ରୀ ପଣ୍ଡା ସୂଚନା ଦେଇଛନ୍ତି । ଏଥିସହିତ ଯେଉଁମାନେ ବେଆଇନ ଭାବରେ ସରକାରୀ ଜମିକୁ ଜବରଦଖଲ କରିଛନ୍ତି , ଖୁବ ଶିଘ୍ର ସେମାନଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୂଚନା ଦେଇଛନ୍ତି ।

Leave A Reply

Your email address will not be published.