ଓଡ଼ିଆ ନ୍ୟୁଜ୍: ଦେଶରେ କମୁଛି ଦାରିଦ୍ର୍ୟତା । ଭାରତରେ ୨୦୨୦-୨୨ ବର୍ଷରେ ଦାରିଦ୍ର୍ୟ ହାର ୫.୩ ପ୍ରତିଶତକୁ କମିଛି । ଦାରିଦ୍ର୍ୟ ହାରକୁ ନେଇ ବିଶ୍ୱ ବ୍ୟାଙ୍କ ଏକ ରିପୋର୍ଟ ପ୍ରକାଶ କରିଛି । ଏହି ରିପୋର୍ଟ ଅନୁଯାୟୀ ଦେଶରେ ଦାରିଦ୍ର୍ୟ ହାର କ୍ଷୀପ୍ର ଗତିରେ କମିଛି । ୨୦୧୧-୧୨ରେ ଏହି ହାର ୨୭.୧ ପ୍ରତିଶତ ଥିଲା । ଅର୍ଥାତ ଯଦି ଦେଖିବା ଏହି ସମୟରେ ଦାରିଦ୍ର୍ୟ ସୀମାରେଖାରେ ୩୪ କୋଟି ୪୪ ଲକ୍ଷରୁ ୭ କୋଟିକୁ ହ୍ରାସ ପାଇଛି ।
ଗତ ୧୧ ବର୍ଷରେ ଭାରତର ଗରିବୀର ସଂଖ୍ୟା।ବିଶ୍ୱ ବ୍ୟାଙ୍କର ରିପୋର୍ଟ ଅନୁଯାୟୀ ଗ୍ରାମାଞ୍ଚଳରେ ଦାରିଦ୍ର୍ୟ ହାର ୧୮.୪% ରୁ ୨.୮ ପ୍ରତିଶତ ହ୍ରାସ ପାଇଛି । ସେହିପରି ସହରାଞ୍ଚଳରେ ଏହା ୧୦.୭ ପ୍ରତିଶତରୁ ୧.୧ ପ୍ରତିଶତକୁ ହ୍ରାସ ପାଇଛି । ୨୦୧୧-୧୦୧୩ ର ରିପୋର୍ଟ ଅନୁଯାୟୀ ଦେଶରେ ୩୮ କୋଟି ଲୋକ ଦାରିଦ୍ର୍ୟ ସୀମାରେଖା ତଳେ ଥିଲେ । ଆଉ ଏବେ ଅର୍ଥାତ୍ ୨୦୨୨-୨୩ ରେ ଏହା କମି ୭.୫ କୋଟି ହୋଇଯାଇଛି ।