ଟନେଲ ଟ୍ରାଜେଡିରେ ମିଳୁଛି ବିଫଳତା

0

ଦୁଇ ସପ୍ତାହ ହେଲା ଉତ୍ତରକାଶୀ ସିଲକ୍ୟାରା ସୁଡ଼ଙ୍ଗରେ ସଂଘର୍ଷ କରୁଛନ୍ତି ୪୧ ଶ୍ରମିକ । ଉଦ୍ଧାର କାର୍ଯ୍ୟରେ ବିଭିନ୍ନ ଏଜେନ୍ସି ଲାଗିଥିଲେ ମଧ୍ୟ ବାରମ୍ବାର ବିଫଳତା ମିଳୁଛି । ରେସକ୍ୟୁ ଅପରେସନରେ ବାଧା ସୃଷ୍ଟି କରୁଛି ପଥର ଚଟାଣ । ଆମେରିକୀୟ ଅଗର ମେସିନ୍ ଭାଙ୍ଗିଯିବା ଫଳରେ ବିକଳ୍ପ ରାସ୍ତା ଖୋଜାଯାଇଛି ।

୪୧ ଜଣ ଶ୍ରମିକଙ୍କ ଉଦ୍ଧାର କାର୍ୟ୍ୟରେ ଏକ ବଡ ସଫଳତା ମିଳିଛି । ସୁଡ଼ଙ୍ଗ ଖୋଳି ପାଇପ ପକାଇ ଶ୍ରମିକମାନଙ୍କୁ ବାହାର କରିବା ପ୍ରୟାସରେ ଫସି ରହିଥିବା ଆମେରିକୀୟ ଅଗର ମେସିନର ଏକ ବଡ଼ ଅଂଶକୁ ଏବେ ପ୍ଲାଜମା କଟର ସାହାଯ୍ୟରେ କାଟି ବାହାର କରାଯାଇଛି। ଏହାମଧ୍ୟରେ ଆମେରିକୀୟ ଡ୍ରିଲିଂ ମେସିନ୍ ମରାମତି କାମ ମଧ୍ୟ ଚାଲିଛି।ଉଦ୍ଧାରକାରୀ ଦଳ ସହ ଜଡ଼ିତ ଅଧିକାରୀମାନେ କହିଛନ୍ତି ଯେ ବର୍ତ୍ତମାନ ଅବଶିଷ୍ଟ କାର୍ୟ୍ୟ ମଧ୍ୟାହ୍ନ ସାଢ଼େ ୧୨ଟାରୁ ଆରମ୍ଭ ହେବ, ଯାହା ପରେ ସୁଡ଼ଙ୍ଗରେ ଫସି ରହିଥିବା ଶ୍ରମିକମାନଙ୍କୁ ବାହାର କରାଯାଇପାରିବ ବୋଲି ଆଶା କରାଯାଉଛି।

ଏବେ ଉଦ୍ଧାକାରୀ ଦଳ ଫଶିରହିଥିବା ଶ୍ରମିକଙ୍କ ଠାରୁ ମାତ୍ର ୧୦ରୁ ୧୨ ମିଟର ଦୂରତାରେ ଥିବା ଜଣାପଡିଛି । କିନ୍ତୁ ଶୁକ୍ରବାର ଅଗର ମେସିନର ସମ୍ମୁଖ ଭାଗ ଲୁହା ଓ କଂକ୍ରିଟରେ ପିଟି ହୋଇ ଭାଙ୍ଗି ଯାଇଥିବାରୁ ଖନନ କାର୍ୟ୍ୟ ବନ୍ଦ ହୋଇଯାଇଥିଲା। ସେପଟେ ସିଲ୍କିୟାରା ଟନେଲ ଉଦ୍ଧାର କାର୍ୟ୍ୟ କୁ ନେଇ ରବିବାର ବିଳମ୍ବିତ ସନ୍ଧ୍ୟାରେ ଅସ୍ଥାୟୀ ଗଣମାଧ୍ୟମ କେନ୍ଦ୍ରରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଉତ୍ତରାଖଣ୍ଡ ସମ୍ପାଦକ ଡକ୍ଟର ନୀରଜ ଖଇରୱାଲ କହିଛନ୍ତି ଯେ ପାଇପ୍ ରେ ଫସି ରହିଥିବା ଅଗର ମେସିନର ବ୍ଲେଡ୍ ଏବଂ ନରମ କାଟିବା କାମ ଦ୍ରୁତ ଗତିରେ ଚାଲିଛି।

Leave A Reply

Your email address will not be published.