ଓଡିଆ ନ୍ୟୁଜ୍(ବ୍ୟୁରୋ): ରସିକିଆ ଡାକ୍ତର ରମେଶ ସ୍ୱାଇଁ କଳାକାରନାମକୁ ନେଇ ପୋଲିସ ଯେତିକି ତଦନ୍ତ କରୁଛି, ସେତିକି ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ସବୁ ଠକେଇ ଓ ଲୁଟ୍ ପଛରେ ରମେଶ ଏକା ନଥିଲା, ଏହା ପଛରେ ତାର ପୁରା ପରିବାର ସହଯୋଗ କରୁଥିଲା ବୋଲି ପୋଲିସ ଜାଣିବାକୁ ପାଇଛି।
ବିଶେଷ କରି ରମେଶର ଭଉଣୀ ରମେଶକୁ ସହାୟତା କରୁଥିବା ପୋଲିସ ଜାଣିବାକୁ ପାଇଛି । କେନ୍ଦ୍ରାପଡ଼ା ଈଶ୍ୱରପୁରରେ ଚଢ଼ାଉ କରି ରମେଶ ସ୍ୱାଇଁର ଭଉଣୀଙ୍କୁ ଉଠାଇ ଆଣିଛି ଓ ତନ ତନ କରି ଜେରା କରିବା ପରେ ତାଙ୍କୁ ବି ଗିରଫ କରିଛି କମିଶନରେଟ ପୋଲିସ । ରମେଶ ସ୍ବାଇଁ ଭଉଣୀର ନାଁ ରଶ୍ମିତା ବେଉରା । ଯେତେ ଥର ବାହା ହୋଇ ମହିଳାଙ୍କୁ ରମେଶ ଟଙ୍କା ଓ ଅଳଙ୍କାର ଠକି ଆଣୁଥିଲା, ସେଥିରେ ରହୁଥିଲା ଭଉଣୀ ରଶ୍ମିତାଙ୍କ ଭାଗ ।। ଠକେଇରେ ରମେଶକୁ ଭଉଣୀ ଓ ତାଙ୍କ ସ୍ୱାମୀ ସହଯୋଗ କରୁଥିବା ସୂଚନା ମିଳିଛି । ଅଧିକ ତଦନ୍ତ ପାଇଁ ଭଉଣୀ ରଶ୍ମିତାଙ୍କୁ ରିମାଣ୍ଡରେ ଅଣାଯିବ ବୋଲି ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ କହିଛନ୍ତି ।
ରଶ୍ମିତାଙ୍କ ସ୍ୱାମୀ ଗଣେଶ ଏବେ ବି ଫେରାର ଅଛି । ଏପଟେ ଆଜି ସରୁଛି ରସିକିଆ ନକଲି ଡାକ୍ତର ରମେଶ ସ୍ୱାଇଁର ରିମାଣ୍ଡ । ଅଧିକ ତଦନ୍ତ ପାଇଁ ପୁଣି ୭ ଦିନ ରିମାଣ୍ଡ ପାଇଁ ଆବେଦନ କରିବ କମିଶନରେଟ୍ ପୋଲିସ । ତଦନ୍ତ ବଢିବା ସହ ଖୋଲୁଛି ନକଲି ଡାକ୍ତର ରମେଶର ଗୋଟିଏ ପରେ ଗୋଟିଏ ଗୁମର । ସ୍ୱତନ୍ତ୍ର ଟିମ୍ କରି ରମେଶର ଠକେଇ ମାମଲାର ତଦନ୍ତ ଚାଲିଛି । ଲମ୍ବି ଚାଲିଛି ଠକେଇ ତାଲିକା। କଟକ ଜିଲ୍ଲା ଖୁଣ୍ଟୁଣିରେ ୧୫ରୁ ୨୦ ଏକର ଜମିରେ ରହିଛି ଫାର୍ମ ହାଉସ । ଏହି ଫାର୍ମ ହାଉସ ୨ୟ ପତ୍ନୀଙ୍କ ନାଁରେ ରହିଛି । ‘ମିଥ୍ୟା ପ୍ରମାଣପତ୍ର ଦେଇ ରମେଶ କିଣିଥିବା ୨ଟି କାର୍ ଜବତ ବି ଜବତ ହୋଇଛି । ରମେଶ ନାଁରେ ଏଯାଏ ୧୫ରୁ ଅଧିକ ମାମଲା ରୁଜୁ ହେଲାଣି ।