ଅନୁଭବ ଓ ବର୍ଷାଙ୍କ ପାରିବାରିକ ମାମଲା: ଅନୁଭବଙ୍କ ଓକିଲଙ୍କୁ ସମସ୍ତ ଦସ୍ତାବିଜ୍ ଦେବାକୁ ବର୍ଷାଙ୍କ ଓକିଲଙ୍କୁ ନିର୍ଦ୍ଦେଶ ଦେଲା କୋର୍ଟ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): କଟକ ପରିବାର ଅଦାଲତରେ ବର୍ଷା ଅନୁଭବ ପାରିବାରିକ ବିବାଦ ମାମଲାରେ ପରିବାର ଅଦାଲତରେ  ପୁଣି ହାଜର ହୋଇଥିଲେ ବର୍ଷା ପ୍ରିୟଦର୍ଶିନୀ ଓ ଅନୁଭବ ମହାନ୍ତି।
ଅନୁଭବଙ୍କ ଆଇନଜୀବୀଙ୍କୁ ସମସ୍ତ ଦସ୍ତାବିଜ ପ୍ରଦାନ କରିବାକୁ ବର୍ଷାଙ୍କ ଓକିଲଙ୍କୁ ନିର୍ଦେଶ ଦେଇଛନ୍ତି ପରିବାର ଅଦାଲତ।ସାକ୍ଷୀ ତାଲିକା ଓ ସେ ସମ୍ବନ୍ଧୀୟ ସମସ୍ତ ଦସ୍ତାବିଜ ଦେବାକୁ ନିର୍ଦେଶ ଦେଇଛନ୍ତି।ଆସନ୍ତା ୧୭ ତାରିଖରେ ପରିବାର ଅଦାଲତରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି ଧାର୍ଯ୍ୟ କରାଯାଇଛି।ବର୍ଷା ପ୍ରିୟଦର୍ଶିନୀ ନିଜ ସପକ୍ଷରେ ପରିବାର ଅଦାଲତରେ କିଛି ଡ଼କୁମେଣ୍ଟ ଦାଖଲ କରିଥିବା ବେଳେ ତାହାର କପି ଅନୁଭବ ମହାନ୍ତିଙ୍କ ଓକିଲଙ୍କୁ ପ୍ରଦାନ କରି ନାହାନ୍ତି। ସେହି ଡ଼କୁମେଣ୍ଟ କପି ନଥିବାରୁ ତାହା ଦିଆଯାଇ ନ ଥିବା ବର୍ଷାଙ୍କ ପକ୍ଷରୁ ଅବଗତ କରାଯାଇଥିଲା।ଆଜି ଏହି ଡ଼କୁମେଣ୍ଟ ଫେରାଇ ନେବାକୁ ବର୍ଷାଙ୍କ ପକ୍ଷରୁ ଆବେଦନ ହୋଇଥିଲେ ମଧ୍ୟ ଏହା କୋର୍ଟଙ୍କ ଡ଼କୁମେଣ୍ଟ ଫେରାଇ ହେବ ନାହିଁ ବୋଲି କୋର୍ଟ କହିଥିଲେ। ଏହା ସହିତ ସାର୍ଟିଫାଏଡ କପି ନେଇ ଅନୁଭବଙ୍କ ଓକିଲଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ଉଭୟଙ୍କୁ ପରିବାର ଅଦାଲତରେ ହାଜର ପାଇଁ ନିଜ ଆଡୁ ଗତ ୧୪ ତାରିଖରେ ନିର୍ଦ୍ଦେଶ ଦେଇଥିଲେ କଟକ ପରିବାର ଅଦାଲତ। ଗତ ମାସ ୨୭ ତାରିଖର ହାଜର ହେବା ସହ କୋର୍ଟଙ୍କ ନିର୍ଦ୍ଦେଶ ପରେ ଉଭୟ ଆଜି ପରିବାର ଅଦାଲତରେ ଉଭୟ ହାଜର ହୋଇଥିଲେ।

ପୂର୍ବରୁ ଅନୁଭବ ମହାନ୍ତି ଆପୋଷ ସମାଧାନ ପାଇଁ ମଧ୍ୟସ୍ଥତା ଚାହାନ୍ତି ନାହିଁ ତେଣୁ ପରିବାର ଅଦାଲତ ମାମଲାର ଶୁଣାଣି ଆଗକୁ ବଢ଼ାଇବା ପାଇଁ ଆବେଦନ କରିଥିଲେ। ଅଦାଲତରେ ଅନୁଭବଙ୍କ ତରଫରୁ ଆଉ କେହି ସାକ୍ଷୀ ଦେବେ ନାହିଁ ବୋଲି ଦର୍ଶାଇ ଏକ ମେମୋ ଦାଖଲ କରାଯାଇଥିଲା। ଜୁଲାଇ ୧୧ରେ ପରିବାର ଅତାଲତ ମାମଲାର ଶୁଣାଣି କରି ଅନୁଭବଙ୍କ ସାକ୍ଷ୍ୟ ଗ୍ରହଣ ସମାପ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ପରବର୍ତ୍ତୀ ସମୟରେ ବର୍ଷାଙ୍କ ତରଫରୁ ଏହି ନିର୍ଦ୍ଦେଶ ପ୍ରତ୍ୟାହାର ତଥା ଅନୁଭବଙ୍କୁ ଅଧିକ ଜେରା ପାଇଁ ଅନୁମତି ଲୋଡ଼ି ପିଟିସନ ଦାଖଲ କରାଯାଇଥିଲା। ଏହି ପିଟିସନକୁ ପରିବାର ଅଦାଲତ ଅଗ୍ରାହ୍ୟ କରିଦେବା ପରେ ବର୍ଷା ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ହାଇକୋର୍ଟ ମଧ୍ୟ ଏଭଳି ପିଟିସନକୁ ଅଗ୍ରାହ୍ୟ କରି ଦେଇଥିଲେ। ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ଦିଲ୍ଲୀର ପଟିଆଲା ହାଉସ ପରିବାର ଅଦାଲତରେ ଛାଡ଼ପତ୍ର ପାଇଁ ୨୦୨୦ରେ ଦାଖଲ କରିଥିବା ବେଳେ ଆବେଦନ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ କଟକ ପରିବାର ଅଦାଲତକୁ ସ୍ଥାନାନ୍ତର ହୋଇ ଆସିଥିଲା। ୨୦୨୧ ଏପ୍ରିଲ ୫ରେ ଉଭୟ ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀ ପରିବାର ଅଦାଲତରେ ହାଜର ହୋଇଥିଲେ। ଅଦାଲତରେ ମଧ୍ୟସ୍ଥତା ପ୍ରକ୍ରିୟାରୁ କୌଣସି ସୁଫଳ ମିଳି ପାରି ନଥିଲା। ଏହାପରେ ମାମଲାରେ ସାକ୍ଷ୍ୟ ଗ୍ରହଣ ପାଇଁ କଟକ ପରିବାର ଅଦାଲତ ନିର୍ଦ୍ଦେଶ ଦେଇଥିଲେ। ଗତ ସେପ୍ଟେମ୍ବର ୧୪ ତାରିଖରେ ପୁନଶ୍ଚ ଉଭୟ ପରିବାର ଅଦାଲତରେ ହାଜର ହୋଇଥିବା ବେଳେ ସେଦିନ ଉଭୟଙ୍କୁ ବିଚାରପତିଙ୍କ ଚାମ୍ବରରେ ବସାଇ ଆପୋଷ ସମାଧାନ ପାଇଁ ଉଦ୍ୟମ ହୋଇଥିଲା। କିନ୍ତୁ ସେଥିରେ ସଫଳତା ମିଳି ନ ଥିଲା। ଏହାପରେ ପୁନଶ୍ଚ ସେପ୍ଟେମ୍ବର ୨୭ ଓ ଆଜି ପରିବାର ଅଦାଲତରେ ହାଜର ହୋଇଥିଲେ। ଆଗକୁ ବର୍ଷାଙ୍କ ସାକ୍ଷ୍ୟ ଗ୍ରହଣ ଓ ଜେରା ହେବ ବୋଲି ଜଣାପଡିଛି।

Leave A Reply

Your email address will not be published.