ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ରାଇରଙ୍ଗପୁରରେ କୃଷକ ସଚେତନତା ରଥ ଉଦଘାଟିତ | ବାମନଘାଟୀ ଉପଖଣ୍ଡ ରାଇରଙ୍ଗପୁରରେ ନିୟନ୍ତ୍ରିତ ବଜାର କମିଟୀ ଆନୁକୂଲ୍ୟରେ ସ୍ଥାନୀୟ ଉପଜିଲ୍ଲାପାଳ ସମ୍ମୁଖରେ ଉପଜିଲ୍ଲାପାଳ ସରୋଜ କୁମାର ଦାସଙ୍କ କରକମଳରେ ମଣ୍ଡିରେ ଧାନ ବିକ୍ରୟ ନିମନ୍ତେ କୃଷକ ସଚେତନତା ରଥ କୁ ସବୁଜ ପତାକା ଦେଖାଇ ଉଦଘାଟନ କରିଥିଲେ |
ଏହା ଉପଖଣ୍ଡର ପ୍ରତି ବ୍ଲକର ସମସ୍ତ ଗାଁ ପଞ୍ଚାୟତ ଯାଇ ଲୋକମାନଙ୍କୁ ଧାନଦର ସଂପର୍କରେ ସଚେତନ କରାଇବ ତଥା ଏହି ରଥ ନିୟନ୍ତ୍ରିତ ବଜାର କମିଟୀର କାର୍ଯ୍ୟକାରୀ ପରିସୀମାରେ ଥିବା ସମସ୍ତ ଗ୍ରାମାଞ୍ଚଳରେ ପହଞ୍ଚି ସରକାରଙ୍କ ତରଫରୁ ଖୋଲା ଯାଇଥିବା ମଣ୍ଡିରେ ଏଫଏକ୍ୟୁ ମାନର ଧାନ ସହଜରେ ବିକ୍ରି କରିବାର ସୁବିଧା ସମ୍ପର୍କରେ ପ୍ରଚାର କରିବ |
ଏହି ଭବ୍ୟ କାର୍ଯ୍ୟକ୍ରମରେ ଏ ଆର ସି ଏସ ରାଇରଙ୍ଗପୁର ସୀମା ମୁର୍ମୁ, ଏସ ଏ ଆର ସି ଏସ ରାମଚନ୍ଦ୍ର ବିଶ୍ବାଳ, ଆର ଏମ ସି ସଂପାଦକ ମନୋରଂଜନ ବେହେରା, ଆର ଏମ ସି କୋଷାଧ୍ୟକ୍ଷ ଦିନେଶ କୁମାର ବେହେରା, ଆର ଏମ ସି କର୍ମଚାରୀଗଣ ଦେବନନ୍ଦନ କୁମାର, ଶିବ କୁମାର ଦାଶ, ବିଜୟ କୁମାର ଦାସ ଓ ସୌମ୍ୟରଂଜନ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ |