ପୋଲିସ ସହାୟତାରେ ଇଡକୋ କରୁଛି ଚାଷୀଙ୍କ ହଇରାଣ, ଡିଜିପି ଅଫିସ ଘେରିଲେ ନରାଜ ଅଞ୍ଚଳର ଚାଷୀ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ସିଦ୍ଧେଶ୍ଵର ଆଞ୍ଚଳିକ ସୁରକ୍ଷା କମିଟି ପକ୍ଷରୁ ନରାଜ, ମୁଣ୍ଡଳୀ, ରାମଦାଷପୁର ଚାଷୀ ପ୍ରତିନିଧିମାନେ ଇଡ୍କୋ ଚାଷୀଙ୍କ ଚାଷ ଜମି ଅକ୍ତିଆର କରିବା ପାଇଁ ପୋଲିସ ସହାୟତାରେ ଚାଷୀଙ୍କୁ ଧମକ ଦେବା, ପୋଲିସ ଚାଷ ଜମିରେ ପଶି ଚାଷିଙ୍କ ଉର୍ବର ଫସଲ ନଷ୍ଟ କରିବା କାର୍ଯ୍ୟକୁ ଡିଜିପି ଅଫିସ ସମ୍ମୁଖରେ ପ୍ରତିବାଦ କରିଛନ୍ତି।ସେଠାରୁ ଏକ ପ୍ରତିନିଧି ମଣ୍ଡଳୀ କଟକ ଡି ଜି ପୋଲିସ ଅଫିସରେ ଆଡିସନାଲ ଡିଜିପି ସଂଜୟ କୁମାରଙ୍କୁ ଭେଟିଛନ୍ତି।

ଚାଷିଙ୍କ ପ୍ରତି ପୋଲିସର ଖରାପ ବ୍ଯବହାର ଓ ଧମକ ଦେବା ବନ୍ଦ କରିବାକୁ ସେହି ମର୍ମରେ ଏକ ସ୍ମାରକପତ୍ର ଦେବା ସହ ଆଲୋଚନା କରିଛନ୍ତି। ସିଦ୍ଧେଶ୍ଵର ଆଞ୍ଚଳିକ ସୁରକ୍ଷା କମିଟି ପକ୍ଷରୁ ସଂପାଦକ ସରୋଜ କୁମାର ସାହୁ, ସରୋଜିନୀ ସାହୁ, ଭାଗ୍ୟଧର ଲେଙ୍କା, ଗଙ୍ଗାଧର ପାଇଟାଳ, ସୁବାଷ ସାହୁ, ନଳିନୀ ରାୟ ଓ ସାମାଜିକ କର୍ମୀ ଖଗେଶ୍ୱର ସେଠୀ ପ୍ରମୁଖ ଉପସ୍ଥିତ ଥିଲେ। ଏଠାରେ ସୂଚନାଯୋଗ୍ୟ କଟକ ଜିଲ୍ଲା ବାରଙ୍ଗ ବ୍ଲକ୍ ଅର୍ନ୍ତଗତ ନରାଜ ମାର୍ଥାପୁର ଅଞ୍ଚଳରେ ଟାଟା ପ୍ରକଳ୍ପ ନିମନ୍ତେ ବେଆଇନ ଭାବେ ଜମି ଅଧିଗ୍ରହଣ କରାଯାଇଥିବା ଜଳସେଚିତ ଉର୍ବର ଚାଷ ଜମି ଉପରେ ସରକାଙ୍କ ଲୋଲୁପ ଦ୍ରୁଷ୍ଟି ପଡିଛି ଇଡ୍କୋର ତାହା ମାଧ୍ୟମରେ ହାତେଇବାକୁ ଉଦ୍ୟମ କରୁଛନ୍ତି।

ସହ ସହ ଏକର ଜମିରେ ଉର୍ବର ଫସଲ ଫଳିଥିବା ସମୟରେ ତଥା ପାଚିଲା ଧାନ କିଆରିରେ ପସି ଇଡ୍କୋ କର୍ମଚାରୀ ଓ ପୋଲିସ ଫୋର୍ସ ସହାୟତାରେ ଶିଳ୍ପ ପ୍ରତିଷ୍ଠା ନିମନ୍ତେ ବଳପୂର୍ବକ ସର୍ଭେ କାର୍ଯ୍ୟ କରାଯାଉଛି। ଏବେବି ମାନ୍ୟବର ଉଚ୍ଚ ନ୍ୟାୟାଳୟରେ ମାମଲା ବିଚାରଧିନ ଥାଇ ମଧ୍ଯ କୌଣସି ଚୁଡାନ୍ତ ରାୟ ପ୍ରକାଶ ପାଇନାହାଁ। ଦିର୍ଘ ୧୬ ବର୍ଷ ପରେ ହଠାତ୍ ଇଡ୍କୋ କାହିଁକି ବିନା ନୋଟିସରେ ଚାଷୀଙ୍କ ଫସଲକୁ ନଷ୍ଟ କରୁଛି? ଏହାର ପ୍ରତିବାଦ ସ୍ୱରୁପ ଆଜି ଚାଷୀମାନେ ପୋଲିସ କାର୍ଯ୍ୟକଳାପ ପାଇଁ ଡିଜିପି ଙ୍କ ଦ୍ୱାରସ୍ଥ ହୋଇଛନ୍ତି।

Leave A Reply

Your email address will not be published.