ଓଡ଼ିଆ ନ୍ୟୁଜ, (ବ୍ୟୁରୋ) : ବାଲିଆପାଳ ବ୍ଲକ ରେ କୃଷକ ସମାବେଶ ରେ ଯୋଗଦାନ କଲେ ଓଡ଼ିଶା ସରକାରଙ୍କ କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ ଏବଂ ଅବକାରୀ ମନ୍ତ୍ରୀ ଅଶ୍ବନୀ କୁମାର ପାତ୍ର। ସୂଚନା ଅନୁସାରେ ବାଲିଆପାଳ ଏକ କୃଷିପ୍ରଧାନ ଅଞ୍ଚଳ ଭାବେ ଜଣାଶୁଣା ହୋଇଥିବା ବେଳେ, ସ୍ଥାନୀୟ ଅଞ୍ଚଳ ଧାନ, ପାନ, ମୀନ କୁ ନେଇ ଏଠାକାର ଚାଷୀ ମାନଙ୍କ ପ୍ରତି ସରକାର ଙ୍କ ଅନୁକମ୍ପା ପାଇଁ ଚାଷୀ ମାନେ ନିବେଦନ କରିଥିଲେ।
ଧାନର ମୂଲ୍ୟ ବୃଦ୍ଧି, ଝୋଟ ଚାଷୀ, ପାନ ଚାଷୀ, ପରିବା ଚାଷୀ ମାନେ ଛଟପଟ ହେଉଥିବା ବେଳେ, ସେମାନଙ୍କ ପ୍ରତି ସହାୟତା ସହିତ ଏଠାରେ ଏକ ଶୀତଳ ଭଣ୍ଡାର ନିର୍ମାଣ ପାଇଁ ଦାବି ହୋଇଥିଲା | ବେଳେ ମନ୍ତ୍ରୀ ଶ୍ରୀ ସ୍ବାଇଁ ମୁଖ୍ୟମନ୍ତ୍ରୀ ଙ୍କ ପାଇଁ ଆଜି ଓଡ଼ିଶା କୃଷିରେ ବଳକା ରାଜ୍ୟ ହୋଇପାରିଥିବା କହିଥିଲେ।
ଏଥିସହିତ କୃଷି ,ଝୋଟଚାଷ ,ମତ୍ସ୍ୟ ଚାଷ, ଗୋ ପାଳନ, କୁକୁଡ଼ା ଚାଷରେ ବେଶ୍ ସଫଳତା ହାସଲ କରିଥିବା ବେଳେ, ବେରୋଜଗାରୀ ଙ୍କ ସଖ୍ଯା କମିଥିବା ମନ୍ତ୍ରୀ କହିଛନ୍ତି। କେନ୍ଦ୍ର ସରକାର ଚାଷୀ ମାନଙ୍କ ପ୍ରତି ଚରମ ଅବହେଳା କରିଆସୁଥିବା ବେଳେ ରାଜ୍ୟ ସରକାର କୃଷିକୁ ପ୍ରାଧାନ୍ୟ ଦେଇ ଆସୁଥିବା କହିଛନ୍ତି। ଶେଷରେ ଅଞ୍ଚଳ ର ବିକାଶ ପାଇଁ ବିଭିନ୍ନ ବିଭାଗୀୟ ଅଧିକାରୀ ମାନଙ୍କ ସହ ମନ୍ତ୍ରୀ ସଭାସ୍ଥଳରେ ଆଲୋଚନା କରିଥିଲେ।