ଅଗଷ୍ଟ ୧୫ରୁ ବାର୍ଷିକ ଫାସ୍‌ ଟ୍ୟାଗ୍‌ ପାସ୍‌

0

ଓଡ଼ିଆ ନ୍ୟୁଜ୍: ଟୋଲ୍ ଟ୍ୟାକ୍ସ ନିୟମରେ ଏକ ବଡ଼ ପରିବର୍ତ୍ତନ ଘୋଷଣା କରିଛନ୍ତି କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ । ଯାହା ସାଧାରଣ ଲୋକଙ୍କୁ ଦେବ ବହୁ ମାତ୍ରାରେ ଆଶ୍ୱସ୍ତି । କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ ଏନେଇ ସୋସିଆଲ ମିଡିଆ ମାଧ୍ୟମରେ ସୂଚନା ଦେଇଛନ୍ତି ।

ସେ କହିଛନ୍ତି ୩୦୦୦ ଟଙ୍କାରେ ଏକ FASTag ପାସ୍ ତିଆରି କରାଯିବ ଯାହା ଆପଣଙ୍କ ଯାତ୍ରାକୁ ମାଗଣା କରିବ । କିନ୍ତୁ ଏହା ଏକ ନିର୍ଦ୍ଦିଷ୍ଟ ସମୟ ପାଇଁ ହେବ।କେନ୍ଦ୍ରମନ୍ତ୍ରୀ ଗଡକରୀ ଟ୍ୱିଟରରେ ଲେଖିଛନ୍ତି, “ଏକ ଐତିହାସିକ ପଦକ୍ଷେପ ସ୍ୱରୂପ, ୧୫ ଅଗଷ୍ଟ ୨୦୨୫ ଠାରୁ ୩,୦୦୦ ଟଙ୍କା ମୂଲ୍ୟର ଏକ FASTag ଆଧାରିତ ବାର୍ଷିକ ପାସ୍ ପ୍ରଚଳନ କରାଯାଉଛି ।

ଏହି ପାସ୍ ସକ୍ରିୟ ହେବାର ତାରିଖରୁ ଗୋଟିଏ ବର୍ଷ ପାଇଁ କିମ୍ବା ୨୦୦ ଯାତ୍ରା ପର୍ଯ୍ୟନ୍ତ, ଯାହା ପୂର୍ବରୁ ହେବ, ବୈଧ ରହିବ । ଏହି ପାସ୍ ବିଶେଷ ଭାବରେ କେବଳ ନନ୍ କମର୍ସିଆଲ ଭେଇକିଲ୍ ବା ବ୍ୟକ୍ତିଗତ ଯାନ (କାର, ଜିପ୍, ଭ୍ୟାନ ଇତ୍ୟାଦି) ପାଇଁ ଡିଜାଇନ୍ କରାଯାଇଛି । ଏହା ସାରା ଦେଶରେ ଜାତୀୟ ରାଜପଥରେ ସୁଗମ ଯାତ୍ରାକୁ ସକ୍ଷମ କରିବ।

Leave A Reply

Your email address will not be published.