ପୋଖରୀରେ ଗାଧୋଇବାବେଳେ ପୁଅ ଆଗରେ ବୁଡ଼ିଗଲେ ବାପା

0

ଓଡ଼ିଆ ନ୍ୟୁଜ୍: ପୋଖରୀରେ ଗାଧୋଇବାବେଳେ ପୁଅ ଆଗରେ।ଅନୁଗୁଳ ଜିଲ୍ଲା ଛେଣ୍ତିପଦା ଥାନା ବରପଦା ଗାଁ ହଜାରୀବନ୍ଧରେ ଗାଧୋଇବା ବେଳେ ଅଘଟଣ ଘଟିଛି। ପୁଅ ଆଗରେ ପାଣିରେ ବୁଡ଼ି ବାପାଙ୍କ ମୃତ୍ୟୁ ହୋଇଛି। ମୃତ ବ୍ୟକ୍ତି ହେଲେ ପଞ୍ଚୁ ବେହେରା। ସୂଚନା ଅନୁସାରେ ଆଜି ଅପରାହ୍‌ଣ ଗୋଟାଏ ସମୟରେ ପଞ୍ଚୁ ବେହେରା ଓ ତାଙ୍କ ପୁଅ ଟିକନ ବେହେରା

ବିଲରୁ ଚାଷକାମ ସାରି ଗାଁ ହଜାରି ବନ୍ଧକୁ ଗାଧୋଇବାକୁ ଯାଇଥିଲେ। ଦୁହେଁ ଗାଧୋଇବା ବେଳେ ପଞ୍ଚୁ ପାଣିରେ ବୁଡ଼ି ଯାଇଥିଲେ। ଟିକନ ବହୁ ଚେଷ୍ଟା କରି ବାପା ପଞ୍ଚୁଙ୍କୁ ଉଦ୍ଧାର କରିପାରି ନଥିଲେ। ଖବର ପାଇ  ଅଗ୍ନିଶମବାହିନୀ ପହଞ୍ଚି ପାଣିରୁ ଉଦ୍ଧାର କରିବ ପରେ ଗାଁରେ ଶୋକର ଛାୟା ଖେଳିଯାଇଥିଲା।

Leave A Reply

Your email address will not be published.