ଭାରତରେ ରିଲିଜ୍ ହେବନି ପାକ୍‌ ଅଭିନେତା ଫୱାଦଙ୍କ ଫିଲ୍ମ ‘ଅବୀର ଗୁଲାଲ୍’

0

ଓଡ଼ିଆ ନ୍ୟୁଜ୍: ପହଲଗାମରେ ଆତଙ୍କବାଦୀଙ୍କ ହମଲା ପରେ ସାରା ଦେଶ ଏବେ ପାକିସ୍ତାନ ବିରୋଧ କରୁଛି। ବଲିଉଡରେ ଏହାର ପ୍ରଭାବ ଦେଖିବାକୁ ମିଳୁଛି।ଏବେ ପାକିସ୍ତାନୀ ଅଭିନେତା ଫୱାଦ ଖାନଙ୍କ ଫିଲ୍ମ ‘ଅବିର ଗୁଲାଲ’ର ରିଲିଜ୍‌ ଉପରେ ପ୍ରତିବନ୍ଧକ ଲଗାଯାଇଛି ଭାରତ । ଏନେଇ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟର ସୂତ୍ର ଏହି ସୂଚନା ଦେଇଛି। ଏହି ଫିଲ୍ମକୁ ନେଇ ପୂର୍ବରୁ ବିବାଦ ଥିଲା, କିନ୍ତୁ ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ଶେଷରେ ଏହାର ମୁକ୍ତିଲାଭ ଉପରେ ପ୍ରତିବନ୍ଧକ ଲଗାଯାଇଛି।

ଏହି ଫିଲ୍ମ ୯ ମଇ ୨୦୨୫ ରେ ମୁକ୍ତିଲାଭ କରିବାର ଥିଲା। ଅବୀର ଗୁଲାଲ ନିର୍ଦ୍ଦେଶନା ଦେଇଛନ୍ତି ଆରତୀ ଏସ ବାଗଦି। ଏହି ଫିଲ୍ମ ମାଧ୍ୟମରେ ଫୱାଦ ଖାନ ବହୁ ବର୍ଷ ପରେ ଭାରତୀୟ ଚଳଚ୍ଚିତ୍ରରେ କମ୍‌ବ୍ୟାକ୍‌ କରୁଥିଲେ। କିନ୍ତୁ, ଏବେ ଭାରତରେ ଏହାର ମୁକ୍ତିଲାଭ ଉପରେ ପ୍ରତିବନ୍ଧକ ଲଗାଯାଇଛି। ଫୱାଦ ଏବଂ ବାଣୀଙ୍କ ବ୍ୟତୀତ ରିଦ୍ଧି ଡୋଗରା, ଲିସା ହେଡନ, ସୋନି ରାଜଦାନ, ଫରିଦା ଜଲାଲ, ରାହୁଲ ଭୋହରା ଏବଂ ପରମୀତ ସେଟ୍ଟୀ ଭଳି ଅନେକ ପ୍ରସିଦ୍ଧ କଳାକାର ଏହି ଫିଲ୍ମରେ କାମ କରିଛନ୍ତି।

 

Leave A Reply

Your email address will not be published.