ଉତ୍ସାହଜନକ ନାହିଁ ଓଡ଼ିଶାକୁ ଏଫ୍‌ଡିଏ ପ୍ରବାହ, ଏଫ୍‌ଡିଆଇ ରହିଛି ମାତ୍ର ୦.୦୮ ପ୍ରତିଶତ

0

ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) : କେନ୍ଦ୍ର ସରକାରଙ୍କ ଡିପାର୍ଟମେଣ୍ଟ୍‌ ଅଫ୍‌ ପ୍ରମୋସନ୍‌ ଅଫ୍‌ ଇଣ୍ଡଷ୍ଟ୍ରିଜ୍‌ ଆଣ୍ଡ୍‌ ଇଣ୍ଟରନାଲ୍‌ ଟ୍ରେଡ୍‌ (ଡିପିଆଇଆଇଟି)ର ସଦ୍ୟତମ ପରିସଂଖ୍ୟାନରୁ ଜଣାପଡ଼ିଛି  ଯେ, ଓଡ଼ିଶାକୁ ୨୦୧୯ ଅକ୍ଟୋବରରୁ ମାର୍ଚ୍ଚ ୩୧, ୨୦୨୩ ମଧ୍ୟରେ ପ୍ରତ୍ୟକ୍ଷ ବିଦେଶ ପୁଞ୍ଜିଲଗାଣ (ଏଫ୍‌ଡିଆଇ) ରହିଛି ମାତ୍ର ୦.୦୮ ପ୍ରତିଶତ। ଭାରତର ୩୩ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ଅକ୍ଟୋବର ୨୦୧୯ରୁ ମାର୍ଚ୍ଚ ୨୦୨୩ ପର୍ଯ୍ୟନ୍ତ ୧୪,୧୮,୭୫୦.୫୫୨୩ କୋଟି ଟଙ୍କାର ଏଫ୍‌ଡିଆଇ ଆସିଛି। ସେଥିରେ ଓଡ଼ିଶାର ଭାଗ ରହିଛି ମାତ୍ର ୧,୨୦୪.୨୨ କୋଟି ଟଙ୍କା। ଯାହାକି ମାତ୍ର ୦.୦୮ ପ୍ରତିଶତ।

ରାଜ୍ୟମାନଙ୍କ ମଧ୍ୟରେ ମହାରାଷ୍ଟ୍ରକୁ ସର୍ବାଧିକ ୪,୦୭,୩୨୭.୯୭୭୨ କୋଟି ଟଙ୍କା (୨୯%), ଏହାପରେ କର୍ଣ୍ଣାଟକକୁ ୩,୩୫,୦୫୬.୮୬୯୮ କୋଟି ଟଙ୍କା (୨୪ %), ଗୁଜରାଟକୁ ୨,୩୯,୦୨୪.୮୫୬୯ କୋଟି ଟଙ୍କା (୧୭ %), ଦିଲ୍ଲୀକୁ ୧,୯୦,୦୯୩.୩୧୨୧ କୋଟି ଟଙ୍କା (୧୩ %)ର ଏଫ୍‌ଡିଆଇ ପ୍ରବାହ ରହିଛି। ସେହିଭଳି ତାମିଲନାଡ଼ୁକୁ ୬୪,୦୮୬.୨୮ କୋଟି ଟଙ୍କା (୫ %), ହରିୟାଣାକୁ ୫୯,୪୭୨.୩୮ କୋଟି ଟଙ୍କା (୪ %), ତେଲେଙ୍ଗାନାକୁ ୩୫,୭୬୬.୦୯ କୋଟି ଟଙ୍କା (୩ %) ଝାଡ଼ଖଣ୍ଡକୁ ୧୯,୨୯୧.୮୪ କୋଟି ଟଙ୍କା (୧ %), ରାଜସ୍ଥାନକୁ ୧୫,୮୫୭.୬୨ କୋଟି ଟଙ୍କା (୧ %) ଓ ପଶ୍ଚିମବଙ୍ଗକୁ ୧୦,୮୯୭.୧୩୧ କୋଟି ଟଙ୍କା (୧ %) ଏଫଡିଆଇ ପ୍ରବାହ ହୋଇଛି।

ଏଫଡିଆଇରେ ଓଡ଼ିଶା ଦେଶର ୧୯ତମ ସ୍ଥାନରେ ରହିଛି। ଏପରିକି ୧୮ତମ ସ୍ଥାନରେ ଥିବା ଦାଦ୍ରା ଆଣ୍ଡ୍‌ ନଗର ହାବେଲି, ଡାମନ ଆଣ୍ଡ୍‌ ଡିଉରେ ଏଫ୍‌ଡିଆଇ ପ୍ରବାହ ୧,୨୪୬.୫୩ କୋଟି ଟଙ୍କା ରହିଛି। ଡିପିଆଇଆଇଟି ତଥ୍ୟ ଅନୁସାରେ ଏହି ସମୟ ମଧ୍ୟରେ ଦେଶର ୬୩ଟି କ୍ଷେତ୍ରରେ ପୁଞ୍ଜିନିବେଶ ହୋଇଛି। ୧୭୦ଟି ଦେଶ ଭାରତରେ ପୁଞ୍ଜି ନିବେଶ କରିଛନ୍ତି। ଏଥିରୁ ୧୦ଟି ପ୍ରମୁଖ ଦେଶ ହେଲା ମରିସସ୍, ସିଙ୍ଗାପୁର ,ଆମେରିକା ,ନେଦରଲାଣ୍ଡ, ଜାପାନ, ୟୁକେ, ୟୁଏଇ, କେମାନ ଆଇଲାଣ୍ଡ, ଜର୍ମାନୀ ଓ ସାଇପ୍ରସ। ଏନ୍ଆର୍‌ଆଇ ଓ ଅନ୍ତର୍ଜାତୀୟ ଆର୍ଥିକ ସଂସ୍ଥାମାନଙ୍କ ଦ୍ବାରା ମଧ୍ୟ ପୁଞ୍ଜିନିବେଶ ହେଉଛି। ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ରାଜ୍ୟ ସରକାରଙ୍କ ଦ୍ବାରା ଗତ କେତେ ବର୍ଷ ହେଲା ‘ମେକ୍ ଇନ୍ ଓଡ଼ିଶା’ କନକ୍ଲେଭ୍‌ର ଆୟୋଜନ କରାଯାଉଛି।

ନିବେଶକଙ୍କୁ ପ୍ରୋତ୍ସାହନ ଓ ସୁବିଧା ସୁଯୋଗ ଦେବା ପାଇଁ ସରକାର ଶିଳ୍ପ ନୀତି-୨୦୨୦ର ବ୍ୟବସ୍ଥା କରିଛନ୍ତି। ହେଲେ ଡିଆଇଆଇଟିର ସଦ୍ୟତମ ରିପୋର୍ଟରେ ଓଡ଼ିଶାକୁ ଏଫ୍‌ଡିଏ ପ୍ରବାହ ଓଡ଼ିଶା ପରିପେକ୍ଷୀରେ ଉତ୍ସାହଜନକ ନଥିବା ଜଣାପଡିଛି ।

Leave A Reply

Your email address will not be published.