ଅନୁଭବ-ବର୍ଷା ପାରିବାରିକ ବିବାଦ, ବର୍ଷାଙ୍କୁ ୪ଘଣ୍ଟା ଜେରା

0

ଅନୁଭବ-ବର୍ଷା ବିବାହ ବିଛେଦ ମାମଲାର ଅନ୍ତ ହେବାକୁ ଯାଉଛି । ଆଜି ବର୍ଷାଙ୍କୁ ଶେଷଥର ପାଇଁ ୪ଘଣ୍ଟା ଜେରା କରାଯାଇଛି। ଦୁଇଟି ପର୍ୟ୍ୟାୟରେ ବର୍ଷାଙ୍କୁ ୪ ଘଣ୍ଟା ଜେରା କରାଯାଇଛି । ଜୁଲାଇ ୩୧ ସୁଦ୍ଧା ବର୍ଷାଙ୍କୁ ଜେରା କରିବା ଏବଂ ୪ ସପ୍ତାହ ମଧ୍ୟରେ ଉଭୟ ପକ୍ଷ ଯୁକ୍ତି ଶେଷ କରି ଅକ୍ଟୋବର ଶେଷ ସୁଦ୍ଧା ମାମଲାର ଫଇସଲା କରିବାକୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ । ଫ୍ୟାମିଲି କୋର୍ଟରେ ଶୁଶାଣି ବିଳମ୍ବ ହେଉଥିବା ଦର୍ଶାଇ ହାଇକୋର୍ଟରେ ଆବେଦନ କରିଥିଲେ ଅନୁଭବ । ଅହେତୁକ ବିଳମ୍ବ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶର ଅବମାନନା ହେଉଥିବା ଦର୍ଶାଇଥିଲେ ଅନୁଭବଙ୍କ ଓକିଲ ।

ବର୍ଷାଙ୍କୁ କୋର୍ଟ ଅନୁକମ୍ପା ଦେଖାଉଥିବା ଅଭିଯୋଗ ଆଣି ହାଇକୋର୍ଟରେ ପିଟିସନ ଦାଖଲ କରିଥିଲେ । ଏହାପରେ ଜୁଲାଇ ୩୧ ସୁଦ୍ଧା ବର୍ଷାଙ୍କ ଜେରା ଶେଷ କରିବାକୁ ହାଇକୋର୍ଟ କହିଥିଲେ । ସାଂସଦ ଅନୁଭବ ମହାନ୍ତି ଓ ପତ୍ନୀ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ପାରିବାରିକ ବିବାଦ ମାମଲାରେ ଗୁରୁତ୍ବପୂର୍ଣ୍ଣ ରାୟ ଦେଇଥିଲେ ହାଇକୋର୍ଟ । ୩ ମାସ ମଧ୍ୟରେ ବିବାଦ ମାମଲା ଶେଷ କରିବାକୁ ହାଇକୋର୍ଟ କଡା ନିର୍ଦ୍ଦେଶ ଦେଇଥିଲେ ।
ଏ ନେଇ କଟକ ପରିବାର ଅଦାଲତକୁ ହାଇକୋର୍ଟଙ୍କ ପକ୍ଷରୁ ନିର୍ଦ୍ଦେଶ ଜାରି କରିଥିଲେ । ୪ ସପ୍ତାହ ମଧ୍ୟରେ ଜବାବ ସୁଆଲ ଶେଷ କରିବାକୁ କୋର୍ଟ କହିଥିଲେ।ଜୁଲାଇ ୩୧ରେ ବର୍ଷାଙ୍କ ଚୂଡ଼ାନ୍ତ ସାକ୍ଷ୍ୟ ଗ୍ରହଣ ଲାଗି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଚୂଡ଼ାନ୍ତ ସାକ୍ଷ୍ୟ ଗ୍ରହଣ ଶେଷ କରି ସାକ୍ଷ୍ୟ ଗ୍ରହଣର ୩ ମାସ ମଧ୍ୟରେ ମାମଲାରେ ପୂର୍ଣ୍ଣଚ୍ଛେଦ ଲାଗି କହିଛନ୍ତି ହାଇକୋର୍ଟ । ପରିବାର ଅଦାଲତରେ ଫଇସଲା ବିଳମ୍ବ ହେଉଥିବା ଦର୍ଶାଇ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ସାଂସଦ ଅନୁଭବ ମହାନ୍ତି ।

Leave A Reply

Your email address will not be published.