ଓଡ଼ିଆ ନ୍ୟୁଜ୍: ଆରମ୍ଭ ହୋଇଛି ଏକ୍ସିଲେନ୍ସି ସେରିମୋନୀ। ଆଇ.ବି.ଏଲ୍ ବ୍ୟୁଟି ଏକାଡେମି ପକ୍ଷରୁ ଏହି ପ୍ରତିଯୋଗିତା ଆରମ୍ଭ ହୋଇଥିଲା। ଏକାଡେମିର ଛାତ୍ରଛାତ୍ରୀମାନଙ୍କ ସଫଳତାକୁ ସମ୍ମାନ ଦେବା ଉଦ୍ଦେଶ୍ୟରେ ଆୟୋଜିତ ହୋଇଥିଲା ଏହି କାର୍ଯ୍ୟକ୍ରମ। ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲ ପ୍ରଫେସର ଡଃ ବିନୟ ଭୂଷଣ ଜେନା, ଅଧ୍ୟକ୍ଷ, NIFT। ସମ୍ମାନୀୟ ଅତିଥି ଭାବେ ଯୋଗଦେଇଥିଲେ ଶ୍ରୀମତୀ ଅନୁରାଧା ମହାନ୍ତି (ପ୍ରତିଷ୍ଠାତା, ASMI), ମିସ୍ ଲୋପାମୁଦ୍ରା ପ୍ରଧାନ (ସେଲିବ୍ରିଟି ମେକଅପ୍ ଆର୍ଟିଷ୍ଟ), ମିସେସ ଜୁନ୍ଥି ହୋତା (ମାଲିକ, New Head Turners), ଓ ମିସେଜ୍ ସୌମ୍ୟା ଷରଙ୍ଗୀ (ମାଲିକ, CORAL Unisex Salon)।
ଏହି କାର୍ଯ୍ୟକ୍ରମରେ ବ୍ୟୁଟି ଇଣ୍ଡଷ୍ଟ୍ରିରେ ଦକ୍ଷତା ଓ ନିଷ୍ଠା ସହ କାମ କରୁଥିବା ଛାତ୍ରଛାତ୍ରୀ ଓ କିଛି ପ୍ରମୁଖ ବ୍ୟୁଟିସିଆନ୍ମାନଙ୍କୁ ସମ୍ମାନିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମ IBL ବ୍ୟୁଟି ଏକାଡେମିର ମୁଖ୍ୟ ବିଶ୍ୱଜିତ ସାହୁ ଓ ନନ୍ଦିନୀ ପ୍ରଭା ସାହୁଙ୍କ ନେତୃତ୍ୱରେ ସଫଳ ଭାବେ ଅନୁଷ୍ଠିତ ହୋଇଥିଲା ।