ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) : ପ୍ରଥମ ବ୍ୟାଚ୍ ମହିଳା ଅଧିକାରୀ ଭାରତୀୟ ସେନାର ଆର୍ଟିଲେରୀ ରେଜିମେଣ୍ଟରେ ସାମିଲ ହେଲେ । ଚେନ୍ନାଇର ଅଧିକାରୀ ପ୍ରଶିକ୍ଷଣ ଏକାଡେମୀରେ ସଫଳତାର ସହ ପ୍ରଶିକ୍ଷଣ ପୂରା କରିବା ପରେ ୫ମହିଳା ଅଧିକାରୀଙ୍କୁ ଆର୍ଟିଲେରୀ ରେଜିମେଣ୍ଟରେ ସାମିଲ କରାଯାଇଛି । ଆର୍ଟିଲେରୀ ରେଜିମେଣ୍ଟର ଡିଜି, ମହିଳା ଅଧିକାରୀମାନଙ୍କୁ ସ୍ବାଗତ କରିଛନ୍ତି ।ଭାରତୀୟ ସେନା ମହିଳା ଅଧିକାରୀଙ୍କୁ ଆର୍ଟିଲେରୀ ରେଜିମେଣ୍ଟରେ ସାମିଲ ପାଇଁ ଅନୁମତି ଦେଇ ମହିଳାଙ୍କୁ ସମ୍ମାନ ବୃଦ୍ଧି କରିଛନ୍ତି ।
ଯୁବ ମହିଳା ଅଫିସର ମାନଙ୍କୁ ସମସ୍ତ ପ୍ରକାର ଆର୍ଟିଲେରୀ ଅସ୍ତ୍ରଶସ୍ତ୍ରର ପ୍ରଶିକ୍ଷଣ ଦିଆଯାଇଛି । ସମ୍ବେଦନଶୀଳ ସ୍ଥାନ ଏବଂ ପ୍ରତିକୂଳ ପରିସ୍ଥିତିରେ ଶତ୍ରୁକୁ ଟାର୍ଗେଟ୍ କରିବା ପାଇଁ ରକେଟ୍, ତୋପ ଆଦି ଉପକରଣକୁ ସମ୍ଭାଳିବା ପାଇଁ ସ୍ବତନ୍ତ୍ର ପ୍ରଶିକ୍ଷଣ ଦିଆଯାଉଛି ଆର୍ଟିଲେରୀ ରେଜିମେଣ୍ଟରେ ସାମିଲ ହୋଇଥିବା ୫ ମହିଳା ଅଧିକାରୀଙ୍କ ମଧ୍ୟରୁ ୩ଜଣଙ୍କୁ ଉତ୍ତର ସୀମାରେ ଏବଂ ଅନ୍ୟ ୨ଜଣଙ୍କୁ ପଶ୍ଚିମ ଥିଏଟର ଚ୍ୟାଲେଞ୍ଜ ପୂର୍ଣ୍ଣ ସ୍ଥାନରେ ମୁତୟନ କରାଯିବ ।
ତେବେ ମହିଳା ଅଫିସରଙ୍କ ସାମିଲ ସମାରୋହରେ ଲେଫ୍ଟଲାଣ୍ଟ ଜେନେରାଲ ଅଦୋଷ କୁମାର, କର୍ଣ୍ଣେଲ୍ କମାଡାଣ୍ଟ ଏବଂ ଆର୍ଟିଲେରୀ ମହା ନିର୍ଦ୍ଦେଶକଙ୍କ ସହିତ ବହୁ ସୈନ୍ୟ ବରିଷ୍ଠ ଅଧିକାରୀ ଏହଂ ମହିଳା ଅଧିକାରୀଙ୍କ ପରିବାରବର୍ଗ ଉପସ୍ଥିତ ଥିଲେ । ଲେଫ୍ଟନାଣ୍ଟ ମହକ ସୈନୀ ଜଣେ SATA ।
ସେହିପରି ଲେଫ୍ଟନାଣ୍ଟ ସାକ୍ଷୀ ଦୁବେ ଓ ଲେଫ୍ଟନାଣ୍ଟ ଅଦିତି ଯାଦବ ଫିଲ୍ଡ ରେଜିମେଣ୍ଟରେ ନିୟୋଜିତ । ଲେଫ୍ଟନାଣ୍ଟ ପବିତ୍ର ମୁଦଗଲଙ୍କୁ ମିଡିୟମ ରେଜିମେଣ୍ଟ ଏବଂ ଲେଫ୍ଟନାଣ୍ଟ ଆକାଂକ୍ଷାଙ୍କୁ ରେକେଟ୍ ରେଜିମେଣ୍ଟରେ କମିଶନ ଦାୟିତ୍ବ ଦିଆଯାଇଛି ।