ଓଡ଼ିଆ ନ୍ୟୁଜ, ଭୁବନେଶ୍ୱର : ମଧୁମେହ, ବର୍ତ୍ତମାନ ଘରେ ଘରେ ପରିଚିତ ରୋଗ । ତେବେ ମଧୁମେହ ଖାଦ୍ୟ କୁ ନେଇ ବହୁ ଚିନ୍ତିତ ହୋଇଥାନ୍ତି ମଧୁମେହ ରୋଗୀ । କଣ ଖାଇବେ କଣ ନାହିଁ ଆଉ କିଭଳି ଖାଦ୍ୟ ପ୍ରତି ସର୍ତକ ରହିବେ। ସେ ନେଇ ବହୁ ଚିନ୍ତିତ ଥାନ୍ତି । ଫର୍ମେଣ୍ଟେଡ୍ ଖାଦ୍ୟ ମଧୁମେହ ରୋଗୀଙ୍କ ପାଇଁ ଖୁବ୍ ଲାଭଦାୟକ । ଏଥିରେ ବହୁ ମାତ୍ରାରେ ପ୍ରୋବାୟୋଟିକ୍ସ ସହିତ ବାୟୋଟିକ୍ ତତ୍ତ୍ୱ ମଧ୍ୟ ମିଳିଥାଏ, ଯାହା ଶରୀର ପାଇଁ ସ୍ୱାସ୍ଥ୍ୟପ୍ରଦ । ଏହା ମଧୁମେହର ରିସ୍କକୁ କମ୍ କରିଥାଏ । ମଧୁମେହ ରୋଗୀଙ୍କ ପାଇଁ ଫର୍ମେଣ୍ଟେଡ୍ ଫୁଡ୍ ସୁପର ଫୁଡ୍ ଭାବେ କାମ କରିଥାଏ । ଫର୍ମେଣ୍ଟେଡ୍ ଫୁଡ୍ ହେଉଛି ଯାହା କାର୍ବେହାଇଡ୍ରେଟ୍ ବ୍ୟାକ୍ଟେରିଆ, ଫଙ୍ଗସ୍ ବା ଇଷ୍ଟର ସାହାଯ୍ୟରେ ଏସିଡ୍ ବା ଆଲକହଲ୍ରେ ପରିବର୍ତ୍ତିତ ହୋଇଥାଏ । ଏଥିରେ ଆପଣଙ୍କ ଗଟ୍ସ(ଗ୍ୟାଷ୍ଟ୍ରୋଇଣ୍ଟେଷ୍ଟାଇନାଲ୍ ସିଷ୍ଟମ୍)ର ମାଇକ୍ରେବାୟୋମ୍କୁ ବଢାଇବା କ୍ଷମତା ରହିଛି, ଯାହା କେବଳ ଆପଣଙ୍କ ପାଚନ ତନ୍ତ୍ର ନୁହେଁ, ବରଂ ସାରା ଶରୀର ପାଇଁ ସ୍ୱାସ୍ଥ୍ୟପ୍ରଦ ହୋଇଥାଏ ।
ଚାଲନ୍ତୁ ଜାଣିବା ମଧୁମେହ ରୋଗୀଙ୍କ ପାଇଁ ଫର୍ମେଣ୍ଟେଡ୍ ଫୁଡ୍ର ଫାଇଦା। ଫର୍ମେଣ୍ଟେଡ୍ ଫୁଡ୍ ଶରୀରରେ କୋଲେଷ୍ଟରଲ୍ ସ୍ତରକୁ କମ୍ ରଖିଥାଏ । ଏହା ଶରୀରର ଭେସୋକନଷ୍ଟ୍ରିକ୍ଟର୍ ସମସ୍ୟାକୁ ରୋକିଥାଏ, ଯାହାଦ୍ୱାରା କାର୍ଡିଓଭାସ୍କୁଲାର୍ ରୋଗର ଆଶଙ୍କାକୁ କମ୍ ରହିଥାଏ । ଏଥିରେ ପ୍ରୋବାୟୋଟିକ୍ ରହିଥାଏ, ଯାହା କୋଲେଷ୍ଟରଲ୍ ସ୍ତରକୁ କମ୍ କରିଥାଏ । ମଧୁମେହ ରୋଗୀଙ୍କଠାରେ କୋଲେଷ୍ଟରଲ୍ ବଢିବାର ଆଶଙ୍କା ଅଧିକ ରହିଥାଏ । ତେଣୁ ମଧୁମେହ ରୋଗ ଥିଲେ ଆରମ୍ଭରୁ ଡାଏଟ୍ରେ ଫର୍ମେଣ୍ଟେଡ୍ ଖାଦ୍ୟ ସାମିଲ୍ କରିବା ଉଚିତ୍ ।
ଫର୍ମେଣ୍ଟେଡ୍ ଖାଦ୍ୟ କମ୍ କାର୍ବୋ ଯୁକ୍ତ ଶ୍ରେଣୀରେ ଅନ୍ତର୍ଭୁକ୍ତ । ତେଣୁ ଓଜନ ନିୟନ୍ତ୍ରିତ ରଖିବା ସତ୍ତେ୍ୱ ଅଧିକ ସମୟ ଯାଏ ପେଟ ଭରା ରଖିଥାଏ । ଫଳରେ ମଧୁମେହ ରୋଗୀର ଓଜନ ଓ ରୋଗ ନିୟନ୍ତ୍ରିତ ରହିଥାଏ ।