ଅର୍ଚ୍ଚନା ନାଗ ଆର୍ଥିକ ହେରଫେର ମାମଲାରେ ୨-୪ ଦିନ ପରେ ଇଡିରେ ହାଜର ହେବେ ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜା

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ଆଜି ଇଡିରେ ହାଜର ହେଲେନି ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜା । ହେଲେ ୨ରୁ ୪ ଦିନ ପରେ ଇଡିରେ ବ୍ୟକ୍ତିଗତ ଭାବେ ହାଜର ହେବେ । ଗତକାଲି ଇଡିରେ ହାଜର ହେବାକୁ ନୋଟିସ ହୋଇଥିଲା । ହେଲେ ଆଜି ଇଡିରେ ହାଜର ହେଲେ ତାଙ୍କ ଓକିଲ ଆକାଶ ଭୂୟାଁ । ଅକ୍ଷୟ ପରିଜା ଗତକାଲି ରାତିରେ ସେ ବ୍ୟାଙ୍କକ୍‌ରୁ ଫେରିଥିଲେ । ଡାକ୍ତରଙ୍କ ପରାମର୍ଶ କ୍ରମେ କୋଭିଡ ପ୍ରୋଟୋକଲ୍‌ ଅନୁସାରେ ଆଇସୋଲେସନରେ ଅଛନ୍ତି । ଆସନ୍ତା ୨ରୁ ୪ଦିନ ମଧ୍ୟରେ ସେ ଇଡିରେ ବ୍ୟକ୍ତିଗତ ଭାବେ ହାଜର ହେବେ । ତଦନ୍ତରେ ସେ ସମସ୍ତ ସହଯୋଗ କରିବେ ବୋଲି ତାଙ୍କ ଓକିଲ କହିଛନ୍ତି ସେ କହିଛନ୍ତି । ସବୁଠୁ ବଡ଼ କଥା ହେଉଛି, ତାଙ୍କ ଓକିଲ କହିଛନ୍ତି, ଅର୍ଚ୍ଚନାଙ୍କ ହନିଟ୍ରାପ୍‌ ଓ ବ୍ଲାକମେଲିଂ ପଛରେ ରହିଛି ବଡ଼ ଷଡଯନ୍ତ୍ର । ନିରପେକ୍ଷ ତଦନ୍ତ ହେଲେ ବଡ଼ବଡ଼ିଆଙ୍କ ମୁଖା ଖୋଲିବ ।
ଅକ୍ଷୟ ପରିଜାଙ୍କ ପାଇଁ ଇଡିର ୧୦ ବଡ଼ ପ୍ରଶ୍ନ ପ୍ରସ୍ତୁତ ହୋଇଛି । ଅର୍ଚ୍ଚନା ନାଗଙ୍କୁ କେମିତି ଚିହ୍ନିଲ ? କେବେଠାକୁ ଅର୍ଚ୍ଚନା ନାଗଙ୍କ ସହ ସମ୍ପର୍କ ? ଅର୍ଚ୍ଚନାଙ୍କ ସହ କେଉଁଠି ଓ କେତେ ଥର ଦେଖା ହୋଇଥିଲା ? ଅର୍ଚ୍ଚନାଙ୍କ ସହ କଣ କଥା ହୋଇଥିଲେ ? କ’ଣ କହି ଅର୍ଚ୍ଚନା ବ୍ଲାକମେଲିଂ କରୁଥିଲେ ? କାହିଁକି ୩ କୋଟି ଟଙ୍କା ମାଗୁଥିଲେ ଅର୍ଚ୍ଚନା ? ଅଶ୍ଳୀଳ ଭିଡିଓ ବାବଦରେ କେବେ ଜାଣିଲେ ? ଅର୍ଚ୍ଚନାଙ୍କୁ ପୂର୍ବରୁ ଟଙ୍କା ଦେଇଛନ୍ତି କି ? ପୂର୍ବରୁ କାହିଁକି ଥାନାର ଦ୍ୱାରସ୍ଥ ହୋଇ ନଥିଲେ? ପୀଡ଼ିତାଙ୍କ ସହ କେମିତି ଚିହ୍ନା ହେଲା? ଏସବୁର ଜବାବ ଜାଣିବାକୁ ଅକ୍ଷୟ ପରିଜାଙ୍କୁ ନୋଟିସ କରିଛି ଇଡି ।

 

Leave A Reply

Your email address will not be published.