ଓଡ଼ିଆ ନ୍ୟୁଜ୍: ବାଣ ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି।ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣେ ମହିଳାଙ୍କ ମୃତ୍ୟୁ। ଗତକାଲି ମା’ ଓ ଶିଶୁକୁ ମୃତ ଘୋଷଣା କରିଥିଲେ ଡାକ୍ତର। ଜଗତପୁର ମହାଜନପୁରରେ ହୋଇଥିଲା ଭୟଙ୍କର ବାଣ ବିସ୍ଫୋରଣ। ଗତକାଲି ବିସ୍ଫୋରଣରେ ମାଆ ଓ କୁନି ଝିଅର ମୃତ୍ୟୁ ହୋଇଥିଲା । ଜଗତପୁର ପାଗା ମହାଜନପୁରରେ ଘଟିଥିଲା ବିସ୍ଫୋରଣ । ଘରେ ବାଣ ଭିଡ଼ିବା ବେଳେ ଘଟିଥିଲା ବିସ୍ଫୋରଣ । ବିସ୍ପୋରଣ ସମୟରେ ଘରେ କେହି ପୁରୁଷ ସଦସ୍ୟ ନଥିଲେ ।
ଜାନୁୟାରୀ ୨୬ରେ ଭୁବନେଶ୍ବର ସୁନ୍ଦରପଦାରେ ବୋମା ଫୁଟିବା ଘଟଣାକୁ ପ୍ରଥମ ବାଣ ବିସ୍ଫୋରଣ କୁହାଯାଉଥିଲା । ପରେ NIA ଏହି ଘଟଣାର ତଦନ୍ତ ଭାର ହାତକୁ ନେଇଥିଲା । ଏବେ NIA ନଜରରେ ରହିଛି ପାଗା ବିସ୍ଫୋରଣ । ଭୁବନେଶ୍ଵର ସୁନ୍ଦରପଦା ବ୍ଲାଷ୍ଟ ଘଟଣାରେ ଟ୍ରାଇନାଇଟ୍ରୋ ଟ୍ରିଆଜିନ ନାମକ ରସାୟନ ଘଟଣାସ୍ଥଳରୁ ପାଇଥିଲା ତଦନ୍ତକାରୀ ଟିମ୍ । ଯାହା ବଡ ଧରଣର ବିସ୍ଫୋରଣ ଘଟାଇବା ପାଇଁ ବ୍ୟବହାର କରାଯାଏ ।