ଓଡ଼ିଆ ନ୍ୟୁଜ୍: ରାୟଗଡ଼ା ଜିଲ୍ଲା ଅତିରିକ୍ତ ଅଗ୍ନିଶମ ଅଧିକାରୀ ରମେଶ ବେହେରା ଗିରଫ।ଜଣେ ମହିଳାଙ୍କ ସହ ସମ୍ପର୍କ ଓ ନିର୍ଯାତନା ଅଭିଯୋଗରେ ଗିରଫ। ମହିଳା ଜଣଙ୍କ ରାୟଗଡ଼ା ଟାଉନ ଥାନାରେ ଏତଲା ପରେ ଗିରଫ। ମହିଳାଙ୍କ ଅଭିଯୋଗ ନେଇ ଅତିରିକ୍ତ ଅଗ୍ନିଶମ ଅଧିକାରୀଙ୍କ ପ୍ରତିକ୍ରିୟା ମିଳିନି।
ଅଭିଯୋଗ ଅନୁସାରେ ରାୟଗଡ଼ାରେ ପ୍ରାୟ ଦୁଇ ବର୍ଷ ହେଲା ଅତିରିକ୍ତ ଅଗ୍ନିଶମ ଅଧିକାରୀ ବେହେରା ଜନୈକ ବିବାହିତ ମହିଳାଙ୍କ ସହିତ ଶାରୀରିକ ସମ୍ପର୍କ ରଖୁଥିଲେ। ଏଥି ସହିତ ତାଙ୍କୁ ନିର୍ଯାତନା ମଧ୍ୟ ଦେଇଥିଲେ। ମହିଳା ଜଣକ ଦୁଇଟି ସନ୍ତାନର ମାଆ ଅଟନ୍ତି। ତେବେ ଏନେଇ ମହିଳା ଜଣକ ରବିବାର ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।